ଭାରତ

ମତସାବ୍ୟସ୍ତ କରିବାକୁ ଅପିଲ କଲେ ମୋଦି

(ଦିଲ୍ଲୀ) : ଆଜି ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ । ୯ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଶାଇ ମୋଟ୍ 96ଟି ଆସନରେ ଭୋଟିଂ ହେଉଛି । ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ମେ ୧୩ତାରିଖ ସକାଳ ୭ ଟାରୁ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ଜାରି ରହିବ ।

ପ୍ରଧାନମନ୍ତ୍ରୀ ମୋଦି ଆଜି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବିଷୟରେ ସୂଚନା ଦେଇଛନ୍ତି ଏବଂ ଲୋକଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 96 ଟି ଆସନରେ ଭୋଟ୍ ଅନୁଷ୍ଠିତ ହେଉଛି। ମୋର ବିଶ୍ୱାସ ଯେ ଏହି ସମସ୍ତ ଆସନରେ ଲୋକମାନେ ବହୁ ସଂଖ୍ୟାରେ ଭୋଟ୍ ଦେବେ, ଯେଉଁଥିରେ ଯୁବକ ଓ ମହିଳା ମଧ୍ୟ ଅଧିକ ସଂଖ୍ୟାରେ ମତଦାନ କରିବେ । ଭୋଟରମାନେ ଉତ୍ସାହର ସହିତ ମତସାବ୍ୟସ୍ତ କରିବେ । ଆସନ୍ତୁ ଆମର କର୍ତ୍ତବ୍ୟ ନିଭାଇବା ଏବଂ ଗଣତନ୍ତ୍ରକୁ ମଜବୁତ କରିବା!’

Related posts

ବୃଦ୍ଧଙ୍କ ଇଚ୍ଛା ପୂରା କରି ହୃଦୟ ଜିତିଲା ମାହି

mahabharatanews

ଚେନ୍ନାଇ ବିମାନବନ୍ଦରର ନୂତନ କୋଠାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

mahabharatanews

୬ଘଣ୍ଟାର ପାଇଁ ଜେଲ୍ରୁ ବାହାରିଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

mahabharatanews