Uncategorized

ତାଲିବାନରେ ଏୟାର ଷ୍ଟ୍ରାଇକ୍

(କାବୁଲ): ସରିନି ପଞ୍ଜଶିରର ଲଢ଼େଇ । ତାଲିବାନ ଗୋଟିଏ ଦିନ ପୂର୍ବରୁ ଘୋଷଣା କରିଥିଲା କି ତାଲିବାନ ସମ୍ପୂର୍ଣ୍ଣ ରୂପେ ପଞ୍ଜଶିରକୁ ଦଖଲ କରିଦେଇଛି । ମାତ୍ର ଘୋଷଣା କରିବାର ଗୋଟିଏ ଦିନ ପରେ ହିଁ ତାଲିବାନର ଅଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ ହୋଇଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣ କିଏ କରିଛି ତାହା ଜଣା ପଡ଼ିନଥିବା ବେଳେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି । ତେବେ କାବୁଲରେ ଥିବା ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ ଆଜି ସକାଳୁ ପଞ୍ଜଶିର ଘାଟିରେ କିଛି ଅଜ୍ଞାତ ସାମରିକ ବିମାନ ତାଲିବାନର ଠିକଣା ଗୁଡିକ ଉପରେ ଟାର୍ଗେଟ କରି ଏୟାରଷ୍ଟ୍ରାଇକ କରିଛି । ତେବେ ଏହି ଆକ୍ରମଣରେ କେତେ କଣ କ୍ଷତି ଗ୍ରସ୍ଥ ହୋଇଛି, କେତେ ଜଣଙ୍କର ମୃତ୍ୟୁ ଘଟିଛି ତାହା ଜଣା ପଡ଼ିନାହିଁ । ତେବେ ପୂର୍ବରୁ ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ସୋମବାର ଦିନ ପଞ୍ଜଶିରକୁ ସମ୍ପୂର୍ଣ୍ଣ କବ୍ଚା କରିନଇଥିବା ଦାବି କରିଥିଲେ । ଏହା ସହ ପଞ୍ଜଶିର ଗଭର୍ଣ୍ଣର ଅଫିସ ଆଗରେ ଠିଆ ହୋଇ ପତାକା ଉଡ଼ାଇଥିଲା ତାଲିବାନ । ଏହା ସହ ସେ କହିଛନ୍ତି ଯେ ଆଫଗାନିସ୍ତାନରେ ବର୍ତ୍ତମାନ ଯଦି କିଏ ସରକାର ଗଠନ କରିବାରେ ବାଧା ସୃଷ୍ଟି କରେ ତାହାଲେ ତାକୁ ପଞ୍ଜଶିର ଭଳି ସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ ।

Related posts

ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରକୁ ଜେଲରୁ ମୁକ୍ତ କରିବାକୁ ୧୫ ଲକ୍ଷ ଡଲାର ବଣ୍ଡ ପ୍ରସ୍ତାବ

mahabharatanews

ପୁଣି ଫେରିବ ଟିକଟକ

mahabharatanews

ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି: ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews