ଓଡିଶାରାଜନୀତି

ନୂଆପଡା ପ୍ରଚାର ମୈଦଦାନରେ ଅଖିଳେସ ଯାଦବ, ବିଜେପି ଉପରେ ଖୁବ୍ ବର୍ଷିଲେ

ଆଜି ନୂଆପଡା ପ୍ରଚାରର ଶେଷ ଦିନ । ସେଥିପାଇଁ ସବୁ ରାଜନୈତିକ ଦଳ ଜୋରସୋରରେ ନିଜ ଦଳର ହେଭିୱେଟ ନେତା ମାନଙ୍କୁ ଆଣି ମଇଦାନରେ ଜୋରସୋର ପ୍ରଚାର କରିଥିଲେ । ସେହିଭଳି ସମାଜବାଦୀ ପାର୍ଟି ବା (ସପା)ର ସଭାପତି ତଥା ବରିଷ୍ଠ ନେତା ଅଖିଳେଶ ସିଂ ଯାଦବ ରବିବାର ଅପରାହ୍ଣରେ ଦଳୀୟ ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ପାଇଁ ଜନସଭାରେ ପ୍ରଚାର କରିଛନ୍ତି। ସ୍ଥାନୀୟ ପୋଲିସ ପଡ଼ିଆରେ ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରି ସେ ନିଜର ଉଦ୍‌ବୋଧନ ଆରମ୍ଭ କରିଥିଲେ। ଶାସକ ଦଳ ବିଜେପି ବିରୋଧରେ ଖୁବ ବର୍ଷିଥିଲେ ଅଖିଳେସ । ସେ କହିଥିଲେ ଯେ ଓଡ଼ିଶାର ରାଜନୈତିକ ଇତିହାସ ସମାଜବାଦୀ ଚିନ୍ତାରେ ବିକଶିତ ହୋଇଛି। କିନ୍ତୁ ଯେଉଁମାନେ ଭାରତୀୟ ଜନତା ପାର୍ଟି (ଭାଜପା)ର ନିକଟତର ହୋଇଛନ୍ତି, ସେମାନେ ବିପର୍ୟ୍ୟୟର ଶିକାର ହୋଇଛନ୍ତି। ସେ କହିଛନ୍ତି, “ପୂର୍ବରୁ ଏଠାରେ ସରକାର ଚୋରି ହୋଇଛି ଏବଂ ଏବେ ପ୍ରାର୍ଥୀ ଚୋରି ହୋଇଛନ୍ତି।”
ଭାଜପା ନେତୃତ୍ୱାଧୀନ ‘ଡବଲ୍ ଇଞ୍ଜିନ’ ସରକାରକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ନୂଆପଡ଼ାରେ ୧ କୋଟି ୨୦ ଲକ୍ଷ ଟଙ୍କାର ବେଆଇନ ମଦ ଓ ଗଞ୍ଜେଇ ଜବତ ହୋଇଛି। ସେ ପ୍ରଶ୍ନ କରିଛନ୍ତି, “ଡବଲ୍ ଇଞ୍ଜିନ ସରକାର କ’ଣ କରୁଛି? ଏହାର ଅର୍ଥ କ’ଣ ଗୋଟିଏ ଇଞ୍ଜିନ ଗଞ୍ଜେଇ ଏବଂ ଅନ୍ୟ ଏକ ଇଞ୍ଜିନ ମଦ ଦାୟିତ୍ୱ ନେଇଛି?”
ସେ କହିଛନ୍ତି ଯେ ଓଡ଼ିଶା ପରମ୍ପରାର ମାଟି, ଏଠାକାର ଆଦିବାସୀ ଭାଇଭଉଣୀମାନଙ୍କୁ ସେମାନଙ୍କର ଅଧିକାର ଦିଆଯିବାର ଆବଶ୍ୟକତା ଅଛି। ସେ ଦରଦାମ୍ ବୃଦ୍ଧି ଏବଂ ତେଲ ଦର ବଢ଼ିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁଯୋଗ ଦେଲେ ସମାଜବାଦୀ ପାର୍ଟି ଝିଅମାନଙ୍କୁ ମାଗଣାରେ ପାଠ ପଢ଼ାଇବାକୁ ପ୍ରତିଶ୍ରୁତି ଦେଇଛି। ଉନ୍ନତ ସଡ଼କ ଦ୍ୱାରା ଚାଷୀମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।
ଏହି ଅବସରରେ ଅଖିଳେଶ ଯାଦବ ଘୋଷଣା କରିଛନ୍ତି ଯେ ଆଗାମୀ ଦିନରେ ସମାଜବାଦୀ ପାର୍ଟି ଓଡ଼ିଶାର ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ ଏବଂ ଏଥିପାଇଁ ଯୁବପିଢ଼ିଙ୍କୁ ଦଳରେ ସାମିଲ କରାଯିବ।

Related posts

୩୪ଟି ପୋଲିସ ଜିଲ୍ଲାରେ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ହେବ

mahabharatanews

୨୫ରେ ରାଜ୍ୟ ବଜେଟ୍

mahabharatanews

ସୋସିଆଲ ମିଡିଆ ପ୍ରୋଫାଇଲରେ ରଖନ୍ତୁ ତ୍ରିରଙ୍ଗାର ଚିତ୍ର: ପ୍ରଧାନମନ୍ତ୍ରୀ

mahabharatanews