ଭାରତ

 କନ୍ନୌଜରୁ ନିର୍ବାଚନ ଲଢିବେ ସୁପ୍ରିମୋ ଅଖିଲେଶ ଯାଦବ

(ଦିଲ୍ଲୀ)  : ସମାଜବାଦୀ ପର୍ଟ୍ଟି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଗୁରୁବାର ମଧ୍ୟାହ୍ନ ୧୨ ଟାରେ ନାମାଙ୍କନପତ୍ର ଦାଖଲ କରାଯିବ । ଏହାପୂର୍ବରୁ ସମାଜବାଦୀ ପର୍ଟ୍ଟି ତେଜ ପ୍ରତାପ ଯାଦବଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲେ । ବର୍ତ୍ତମାନ ଅଖିଳେଶ ଯାଦବ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।

 ଦୁଇ ଦିନ ପୂର୍ବେ ସମାଜବାଦୀ ପାର୍ଟି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୱାଇଁ ତେଜ ପ୍ରତାପ ଯାଦବଙ୍କୁ କନ୍ନୌଜ ଟିକେଟ ଦେଇଥିଲେ । ତେଜ ପ୍ରତାପ ଯାଦବ ଅଖିଳେଶଙ୍କ ଭଣଜା । ତେଜ ପ୍ରତାପ ମଧ୍ୟ ଆଜି ତାଙ୍କ ନାମାଙ୍କନ ଦାଖଲ କରିବାକୁ ଯାଉଥିଲେ କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଅଖିଳେଶ ଯାଦବ ଗୁରୁବାର ଦିନ କନ୍ନଜ ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ । ଏସପି ସାଧାରଣ ସମ୍ପାଦକ ତଥା ରାଜ୍ୟ ସଭା ଏମପି ରାମ ଗୋପାଳ ଯାଦବ ଘୋଷଣା କରିଛନ୍ତି ଯେ ଅଖିଳେଶ କେବଳ କନ୍ନୌଜରୁ ନିର୍ବାଚନ ଲଢିବେ ।

Related posts

ବାପାଙ୍କ ଜନ୍ମଦିନରେ ଭାବବିହ୍ୱୋଳ ଲେଖା ପୋଷ୍ଟ କଲେ ରାହୁଲ   

mahabharatanews

ପ୍ରକାଶ ପାଇଲା କଂଗ୍ରେସର ସପ୍ତମ ପ୍ରାର୍ଥୀ ତାଲିକା 

mahabharatanews

ଜରୁରୀ କ୍ୟାବିନେଟ୍ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ 

mahabharatanews