(ନବରଙ୍ଗପୁର) ; ମଦ ଯେ କେତେ କାହାର ସଂସାର ଉଜାଡି ଦେଇଛି । ଏହି ମଦ ନିଶା ମଣିଶକୁ ଖରାପ ରାସ୍ତାକୁ ମଧ୍ୟ ନେଇଯାଏ । ମଦ ଭୁଲିଯାଏ ସମ୍ପର୍କ । ନିଜ ଜନ୍ମ କଲା କଅଁଲ ଶିଶୁକୁ ହତ୍ୟା କରିଛି ବାପା । ମଦ ନିଶା ନେଲା ପୁଅର ଜୀବନ । ଏମିତି ଏକ ଅଭାନୀୟ ଘଟନା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ । ସୂୁଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚଚା ପଞ୍ଚାୟତର ଅର୍ଜୁନଗୁଡା ଗାଁର ପୀତବାସ ଭତ୍ରା ଗତକାଲି ରାତି ଅତ୍ୟଧିକ ମଦପିଇ ଘରକୁ ଫେରିଥିଲେ । ଏହାକୁ ସ୍ତ୍ରୀ ବିମଳା ମାଝୀ ବିରୋଧ କରିବାରୁ ସ୍ତ୍ରୀ ସହ ଗଣ୍ଡଗୋଳ କରିଥିଲେ । ବିମଳାଙ୍କ ମାଡ଼ ମାରିବା ପାଇଁ ଗୋଡ଼ାଇଥିଲା, ସେ ଭୟରେ ଘର ପଛପଟେ ଲୁଚି ପଡିଥିଲ । ଦୁଇ ଘଣ୍ଟା କାଳ ଲୁଚିବା ପରେ ବିମଳା ଘର ଝରକାର ଫାଙ୍କ ଦେଇ ସ୍ୱାମୀ କଣ କରୁଛନ୍ତି ବୋଲି ଅନାଇବାରୁ ସ୍ୱାମୀ ବେକରେ ଦଉଡି ଲଗାଇ ଓହଳି ଥିବାର ଦେଖିଥିଲେ । ଏହାପରେ ପାଖ ଘରେ ଥିବା ଘରେ ରହୁଥିବା ଲୋକଙ୍କୁ ଡାକିଥିଲେ । ପୀତବାସର ବଡ଼ ଭାଇ ଆସି କବାଟ ଭାଙ୍ଗି ଦେଖିଲା ବେଳକୁ ଗୋଟିଏ ଶାଢୀରେ ୩ ବର୍ଷର ପୁଅ ଓ ବାପା ପୀତବାସ ଫାଶୀ ଝୁଲୁଥିବା ଦେଖିଥିଲେ । ଏହାପରେ ଦୁହିଁଙ୍କୁ ତଳକୁ କାଢିବା ବେଳକୁ ସେମାନଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଝରିଗାଁ ପୋଲିସକୁ ଗ୍ରାମବାସୀ ଖବର ଦେଇଥିଲା । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
previous post
next post
