ଓଡିଶା

ମହାମାୟୀ ଯାତ୍ରା ପାଇଁ ଦାରୁ ଖୁଣ୍ଟ ସ୍ଥାପିତ

(ମହାଭାରତ, ହିଞ୍ଜିଳି): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରରେ ଶୁକ୍ରବାର ମା ମହାମାୟୀ ଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ମା’ଙ୍କ ଶୁଭ ଖୁଣ୍ଟ ସ୍ଥାପନ କରାଯାଇଛି । ପ୍ରତି ଦଶ ବର୍ଷରେ ଥରେ ଏହି ଯାତ୍ରକୁ ପାଳନ କରାଯାଇଥାଏ । ଯାତ୍ରାର ପ୍ରଥମ ଦିନ ବୃନ୍ଦାବନଚନ୍ଦ୍ରପୁର ଶାସନ ବଣରୁ ଦାରୁ ସଂଗ୍ରହ କରାଯାଇ ନଗର ପରିକ୍ରମା କରାଯାଇଥିଲା । ପରେ ସହରର ଦେଶୀ ବେହେରା ସାହି ଠାରେ ଶୁଭ ଖୁଣ୍ଟ ସ୍ଥାପନ କରାଯାଇଥିଲା । ବାଦ୍ୟ ଓ ଘଣ୍ଟର ତାଳେ ତାଳେ ଦାରୁ ଖୁଣ୍ଟିର ସହର ପରିକ୍ରମା ହୋଇଥିଲା । ଆସନ୍ତା ଏପ୍ରିଲ ୨୯ ତାରିଖ ଦିନ ଏହି ଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

Related posts

ରାଜଧାନୀର ରାସ୍ତା ନେବ ନୂଆ ରୂପ

mahabharatanews

କାର୍ତିକ ମାସରେ ଅଦା ମହଙ୍ଗା 

mahabharatanews

ଗାଡି ଚାଳକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି

mahabharatanews