Uncategorized

ରାଜଧାନୀର ସମସ୍ତ ସ୍ମାରକୀ ଆସନ୍ତା ୩୧ ପର୍ଯ୍ୟନ୍ତ ବନ୍ଦ

ନୂଆଦିଲ୍ଲୀ: ଭାରତରେ ବୃଦ୍ଧିପାଉଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀର ସର୍ବସାଧାରଣ ସ୍ମାରକୀଗୁଡିକୁ ଧୀରେ ଧୀରେ ବନ୍ଦ କରି ଦିଆଯାଉଛି । କୋରୋନା ସଂକ୍ରମଣ ରୋକିଆ ପାଇଁ ଭିଡ ହେଉଥିବା ସ୍ଥାନକୁ ବନ୍ଦ କରିଦିଅ।।ଯାଉଛି । ରାଜଧାନୀ ଦିଲ୍ଲୀରେ ଥିବ।। ଲାଲକିଲ୍ଲା ଓ କୁତବ ମୀନାରକୁ ମଧ୍ୟ ଆଜିଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଅଧିକାରିକ ସୂତ୍ର ଅନୁଯାୟୀ, ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୮ଟି କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି ଓ ଜଣେ ଏହି ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଗତକାଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ସୂଚନା ଦେଇଥିଲେ କି, ସମସ୍ତ ଜାତୀୟ ସ୍ମାରକୀ ଓ ମ୍ୟୁଜିୟମକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯିବ । ଏଥିସହ ପ୍ରତ୍ନତତ୍ୱ ବିଭ।।ଗ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି କି, ଟିକେଟ ବିକ୍ରି ହେଉଥିବା ସ୍ମାରକୀ ଓ ମ୍ୟୁଜିୟମକୁ ଚଳିତ ମ।।ସ ଶେଷ ପର୍ଯ୍ୟନ୍ତ ବନ୍ଦ କରି ଦିଆଯିବ । ଏଥିସହ ସେଠାରେ ସବୁ ପୂର୍ବରୁ ଫିଲ୍ମ, ଫଟୋଗ୍ରାଫି, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କରାଯାଇଥିବା ସମସ୍ତ ବୁକିଂକୁ ମଧ୍ୟ ରଦ୍ଦ କରିଦିଆଯାଇଛି ।

ସୂଚନାଯେ।।ଗ୍ୟ, ଭ।।ରତରେ ଆଜି ପର୍ଯ୍ୟନ୍ତ ୧୨୬ଟି କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣ ବିଦେଶୀ ରହିଛନ୍ତି, ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୩୩ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି ।

Related posts

କାବୁଲ ବିମାନ ବନ୍ଦର ବିସ୍ଫୋରଣ: ବାଇଡେନଙ୍କ ଯୁଦ୍ଧଡାକରା

mahabharatanews

କାଶୀ ବିଶ୍ୱନାଥଙ୍କ ଦର୍ଶନ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

mahabharatanews

ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କୋରୋନା

mahabharatanews