Uncategorized

କିଛି ରୋଗୀଙ୍କଠାରେ ରେଟ୍ରୋଭାଇରାଲ ଔଷଧ ପ୍ରୟୋଗ କରାଯାଉଛି: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ଅ।ଜି ରାଜ୍ୟସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି କି, କୋରୋନା ସଂକ୍ରମଣ ରୋକିବା ଦିଗରେ ସରକାର ପ୍ରତିବଦ୍ଧ । କିଛି ରୋଗୀଙ୍କ ଚିକିତ୍ସା ପାଇଁ ରେଟ୍ରୋଭାଇରାଲ ଔଷଧର ବ୍ୟବହାର କରାଉଛି । ଇଣ୍ଡିଆନ କାଉନସିଲ ଫର ମେଡିକାଳ ରିସର୍ଚ୍ଚର ବୈଜ୍ଞାନିକମାନେ ବିଶ୍ୱରେ ଦେଖାଦେଇଥିବା ଏହି ମହାମାରୀ ସହ ସମ୍ପର୍କରେ ରହିଛିନ୍ତି । ବୈଜ୍ଞାନିକଙ୍କ ସନ୍ତୁଷ୍ଟି ପରେ ଏହି ଔଷଧକୁ କିଛି ରୋଗୀଙ୍କଠାରେ ପ୍ରୟେ।।ଗ ରାଯାଉଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି । ସେ ଆହୁରି କହିଛନ୍ତି, ସଂଯୁକ୍ତରାଷ୍ଟ୍ରରେ କେତେକ ଗବେଷଶାରେ କ୍ଲୋରୋକୁଇନ ବ୍ୟବହାର ହେଉଥିବା ଆମନିକଟରେ ସୂଚନା ରହିଛି । ଏହା ଉପରେ ବୈଜ୍ଞାନିକଙ୍କ ଯାଞ୍ଚ ପରେ ଏହାକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଆମେ ରୋଗୀଙ୍କୁ ସର୍ବୋଚ୍ଚ ସେବା ଯୋଗାଇ ଦେବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି ।

Related posts

କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews

ପଲିମର କାରଖାନା ଗ୍ୟାସ ଲିକ: ୮ମୃତକଙ୍କ ମଧ୍ୟରେ ଜଣେ ମହିଳା, ଶିଶୁ

mahabharatanews

ପ୍ରଧାନମନ୍ତ୍ରୀଙ୍କ ସହ କେଜରିୱାଲଙ୍କ ଔପଚାରିକ ଭେଟ

mahabharatanews