ଓଡିଶା

ଦୂତି ଆଣିଲେ ସରସ୍ୱତୀଙ୍କ ନାମରେ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର: ପୁଣି ମୁହାଁମୁହିଁ ହୋଇଛନ୍ତି ଚାନ୍ଦ ଭଊଣୀ । ଅର୍ଥର୍ାତ୍ ସରସ୍ୱତୀ ଚାନ୍ଦ ଓ ଦୂତି ଚାନ୍ଦ । ପ୍ରସଙ୍ଗ ଗୋଟିଏ, ସମଲିଙ୍ଗୀ ସମ୍ପର୍କ । ପୂର୍ବରୁ ସରସ୍ୱତୀ ଦୂତିଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ଟିକ୍କା ଟିପ୍ପଣୀ ଦେଉଥିଲେ । ଦୂତିଙ୍କ ଖେଳ କ୍ୟାରିୟର ତାଙ୍କ ପ୍ରେମିକା ପାଇଁ ନଷ୍ଟ ହେଉଥିବା, ପ୍ରେମିକା ଦୂତିଙ୍କୁ ଲୁଟୁଥିôବା ଆଦି ବିଭିନ୍ନ କଥାକୁ ନେଇ ଲଗାତର ସରସ୍ୱତୀ କଟାକ୍ଷ କରି ଆସୁଥିବା ବେଳେ ଆଜି ଦୂତୀ ଚାନ୍ଦ ସରସ୍ୱତୀଙ୍କ ନାମରେ ଆଣିଛନ୍ତି ସମାନ ଅଭିଯୋଗ । ଦୂତି କହିଛନ୍ତି, ସରସ୍ୱତୀ ତାଙ୍କ ସମ୍ପର୍କକୁ ନେଇ ନାନା କଥା କହୁଥିଲେ, କିନ୍ତୁ ସେ ନିଜେ ମଧ୍ୟ ଜଣେ ଯୁବତୀଙ୍କ ସହ ଦୀର୍ଘ ଦିନରୁ ସମ୍ପର୍କରେ ଅଛନ୍ତି । ସେ ତାଙ୍କୁ ତାଙ୍କ ଗାଁ ଘରେ ମଧ୍ୟ ରଖିଛନ୍ତି । କିନ୍ତୁ ଲୋକ ନିଦ୍ଦାକୁ ଡରି କହିବୁଲୁଛନ୍ତି କି, ସେ ତାଙ୍କର ଜଣେ ଛାତ୍ରୀ ।
ଦୂତିଙ୍କ ଏପରି ବୟାନ ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଦୂତି ପୂର୍ବରୁ ନିଜ ସମଲିଙ୍ଗୀ ସମ୍ପର୍କକୁ ସାର୍ବଜନୀନ କରିଥିଲେ । ଏବେ ଦୂତିଙ୍କ ଭଉଣୀଙ୍କର ମଧ୍ୟ ସମଲିଙ୍ଗୀ ସମ୍ପର୍କ ରହିଛି । ଏହାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା । ଦୂତି ଏହାକୁ ନିଜେ ସ୍ୱୀକାର କରିଥିବା ବେଳେ ସରସ୍ୱତୀ ଏହାକୁ ଲୁଚାଉଛନ୍ତି । ଉକ୍ତ ଯୁବତୀ ତାଙ୍କ ଛାତ୍ରୀ ବୋଲି ସେ ଦାବି କରୁଥିବା ବେଳେ କିନ୍ତୁ ଦୂତି ବିଭିନ୍ନ ଫଟୋକୁ ପ୍ରମାଣ ରୂପେ ଉପସ୍ଥାପନ କରିଛନ୍ତି । ଉକ୍ତ ଯୁବତୀ ଆସାମର ବାସିନ୍ଦା । ସରସ୍ୱତୀଙ୍କ ଯାଜପୁର ଘରେ ଦୀର୍ଘ ଦିନରୁ ରହୁଛନ୍ତି । ସେ ଘରର ଜଣେ ସଦସ୍ୟା ପରି ଘରର କାମଧନ୍ଦା କରୁଛନ୍ତି, ମା ଓ ଭଉଣୀଙ୍କ ସହ ବସା ଉଠା, ଖାଇବା ପିଇବା ସବୁ କରୁଛନ୍ତି । ଫଟୋରେ ଦୂତିଙ୍କ ମାଙ୍କୁ ମିଠା ଖୁଆଇଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ସରସ୍ୱତୀଙ୍କ କ୍ଷେତ୍ରରେ ପରିବାର ଲୋକେ କାହିଁ ତାଙ୍କୁ ବିରୋଧ କରୁନାହାନ୍ତି ପ୍ରଶ୍ନର ଉତ୍ତରରେ ଦୂତି କହିଥିଲେ, ସରସ୍ୱତୀଙ୍କୁ ବାପା ମା ଭୟକରନ୍ତି । ସେ ବାପା ମାଙ୍କୁ ମାଡ ଗାଳି ଦେଇ ଧମକ ଚମକ ଦେଇ ଭୟଭୀତ କରି ରଖିଛନ୍ତି । ତେଣୁ ବାପା ମା ଚୁପ ରହିବାକୁ ବାଧ୍ୟ । ଏହା ବ୍ୟତୀତ ଆହୁରି ଏକ ଭୟଙ୍କର ବୟାନ ଦୂତି ଦେଇଛନ୍ତି, ସରସ୍ୱତୀ ତାଙ୍କ ପ୍ରେମିକାଙ୍କୁ ଦୂତିଙ୍କୁ ରଖିବାକୁ ବାଧ୍ୟ କରୁଥିଲେ । ଏପରି କରିଥିଲେ ଦୂତି ଲୋକନିନ୍ଦା ପାଇଥାନ୍ତେ ଓ ସେ ପ୍ରେମିକା ସହ ଖୁସି କରିଥାନ୍ତେି ।
ଏପରିକି ଦୂତି ସରସ୍ୱତୀଙ୍କୁ ସାଇକୋ ପେସେଣ୍ଟ ବା ମାନସିକ ରୋଗୀ ମଧ୍ୟ କହିଛନ୍ତି । ସେ ସାଙ୍ଗେସାଙ୍ଗେ ରାଗିଯାଇ ମାରଧର କରିବା ସହ ସଙ୍ଗେସଙ୍ଗେ ଗେହ୍ଲା କରନ୍ତି । ତାଙ୍କର ଏକ ଦୁର୍ଘଟଣାରେ ମସ୍ତିଷ୍କରେ ଆଘାତଲାଗିଥିଲା ଓ ସରସ୍ୱତୀ ୩ ମାସ ପର୍ଯ୍ୟନ୍ତ ଚିକିତ୍ସିତ ହେଉଥିଲେ । ତେଣୁ ତାଙ୍କୁ ପରିବାର ଲୋକେ ଡରନ୍ତି । ଏପରି କି ସେ ପୁଲିସ ଅଧିକାରୀ ହୋଇଥିବାରୁ ଗାଁ ଲୋକେ ମଧ୍ୟ ତାଙ୍କୁ ଡରୁଥିବା ଦୂତି କହିଛନ୍ତି । କିନ୍ତୁ ସରସ୍ୱତୀ କହିଛନ୍ତି, ତାଙ୍କ ସମ୍ପର୍କରେ ଯାହା ସତ ତାହା ପଦାକୁ ଆସିବ ।

Related posts

ହର୍ସାଟ୍ରଷ୍ଟ୍ ପକ୍ଷରୁ ସୁଖିଲାଖାଦ୍ୟ ବଣ୍ଟନ

mahabharatanews

ଅନୁଗୁଳ ଦେଶରେ ଦ୍ୱିତୀୟ ପ୍ରଦୂଷିତ ସହର

mahabharatanews

ବାହାନଗା ଟ୍ରେନ ଦୁର୍ଘଟଣା; ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର 

mahabharatanews