ଓଡିଶା

କୋର୍ଟରେ ହାଜର ହେଲେନି ଅନୁଭବ  

(କେନ୍ଦ୍ରାପଡ଼ା) : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଆଜି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇନାହାନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ ସେ କୋର୍ଟଙ୍କୁ ସମୟ ମାଗିଥିବା ଜଣାଯାଇଛି।

ସୂଚନାନୁଯାୟୀ , ତାଙ୍କ ଆବେଦନକୁ ବିଚାର କରି କୋର୍ଟ ସମୟ ଦେଇଛନ୍ତି। ତେଣୁ ଆସନ୍ତା ସୋମବାର ଅନୁଭବ ଓ ତାଙ୍କ ସହଯୋଗୀ କୋର୍ଟରେ ହାଜର ହେବେ ବୋଲି ସୂଚନା ରହିଛି। ବର୍ଷାଙ୍କ ଦ୍ୱାରା ଦାଏର ମାମଲାର ଉପରେ ଆଜି କୋର୍ଟ ଚାର୍ଜଫ୍ରେମ୍ କରିବାର ଥିଲା। ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଥିଲେ କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟ। ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନରେ ବର୍ଷା ଅଭିଯୋଗ କରିଥିଲେ। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି।

Related posts

କୁଆପଥର ଓ ଘୁର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ୨୧ ଆଦିବାସୀ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ଲକ୍ଷ ୩୦ ହଜାର ଟଙ୍କା ସହାୟତା ଘୋଷଣା

mahabharatanews

ଗୁଣିଗାରେଡି ସନ୍ଦେହରୁ ୨ ପରିବାର ବାସହରା

mahabharatanews

ଏସସିବିରେ ବଢିଲା ବେଡ୍ ସଂଖ୍ୟା

mahabharatanews