ମନୋରଞ୍ଜନ

ରେକର୍ଡ କଲା ଫିଲ୍ମ ‘ପୁଷ୍ପା’; ୭ ମିଲିୟନ୍ ଲାଇକ୍ 

(ମୁମ୍ବାଇ) : ହିଟ ଲିଷ୍ଟରେ  ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨ : ଦି ରୁଲ୍’ର ଫାର୍ଷ୍ଟ ଲୁକ୍ । ନିକଟରେ ରିଲିଜ୍ ହୋଇଥିବା ଏହି ପୋଷ୍ଟ ଇନଷ୍ଟାଗ୍ରାମରେ ୭ ମିଲିୟନ୍ ଲାଇକ୍ ମିଳିଛି। ଆଇକନ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଫାର୍ଷ୍ଟ ଲୁକ୍ ପୋଷ୍ଟର ସାମ୍ନାକୁ ଆସିଥିଲା।‘ମୈତ୍ରୀ ମୁଭି ମେକର୍ସ’ ପକ୍ଷରୁ ସେୟାର କରାଯାଇଛି। ଏଥିରେ ଦାବି କରାଯାଇଛି କି  ଇନଷ୍ଟାଗ୍ରାମରେ ୭ ମିଲି୍ୟନ୍ ଲାଇକ ପାଇଥିବା ପ୍ରଥମ ଭାରତୀୟ ଫାର୍ଷ୍ଟ ଲୁକ୍ ପୋଷ୍ଟର ମାନ୍ୟତତା ପାଇଛି ଅର୍ଜୁନଙ୍କ ‘ପୁଷ୍ପା ୨ : ଦି ରୁଲ୍’।

 

ସୂଚନାନୁଯାୟୀ ,  ପ୍ରଥମ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ନାହିଁ ନଥିବା ସଫଳତା ପାଇବା ପରେ ପ୍ରଯୋଜକ-ନିର୍ଦ୍ଦେଶକ ଏହାର ସିକ୍ବେଲ୍ ନିର୍ମାଣ କରିଛନ୍ତି।  ଓଡ଼ିଶାରେ ଲାଲ ଚନ୍ଦନ କାଠ ଚୋରା ଚାଲାଣ ସୁଟିଂ ହୋଇଥିଲା  । ସୁକୁମାରଙ୍କ ନିର୍ଦ୍ଦେଶିତ ‘ପୁଷ୍ପା-୨: ଦିରୁଲ’ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫହାଦ ଫସିଲ ପ୍ରମୁଖ ଅଭିନୟ କରିଛନ୍ତି।

Related posts

ପରିଣୀତିଙ୍କ ସହ ଝଗଡା ନେଇ ଏମିତି କିଛି କହିଲେ ରାଘବ

mahabharatanews

ବିବାହ ଶାଢ଼ିକୁ ନେଇ ଚର୍ଚାରେ ଆଲିଆ ଭଟ୍ଟ

mahabharatanews

ସାମ୍ନାକୁ ଆସିଲା ‘ସିଙ୍ଘମ ଏଗେନ’ର ପ୍ରଥମ ଝଲକ

mahabharatanews