ବିଶ୍ୱ

ଚୀନକୁ ଆମେରିକାର ଓପନ ୱାର୍ଣ୍ଣିଙ୍ଗ

ତାଇୱାନ : ଋଷ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ନିମନ୍ତେ ଯଦି ମଷ୍କୋକୁ ଚୀନ୍ ଅସ୍ତ୍ର ଶସ୍ତ୍ର ଯୋଗାଏ ତେବେ ଭୟଙ୍କର ପରିଣାମ ସହିବାକୁ ପଡିପାରେ ଚୀନ୍କୁ । ଋଷ ବିରୁଦ୍ଧରେ ଆମେରିକା ନେଇଥିବା କଡା ଆଭିମୁଖ୍ୟକୁ ପାଳନ କରିବାକୁ ଚୀନକୁ ମିଳିଛି କଡା ଚେତାବନୀ । ଯୁକ୍ତ ରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ୱେଣ୍ଡିଙ୍ଗ ସର୍ମାନ କହିବା ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକା ଓ ମେଣ୍ଟ ରାଷ୍ଟ୍ରମାନେ ଋଷୀୟ ରାଷ୍ଟ୍ରପତୀ ଭ୍ଲାଦିମିର ପୁଟିନ ଏବଂ ତାଙ୍କ ଦେଶର ଅର୍ଥନିତୀ ଓ ପ୍ରଭାବସାଳୀ ବ୍ୟବସାୟୀଙ୍କ ବିରୋଧରେ ଜାରୀକରିଥିବା କଟକଣା , ଚୀନର ନେତା ଶ୍ରୀ ଜିନ ପିଙ୍ଗ ଭଲ ଭାବରେ ବୁଝିଛନ୍ତି ଏବଂ ସେ ଭାବିଚିନ୍ତି ପଦକ୍ଷପ ନେବେ ବୋଲି ଆଗୁଆ କହି ଚେତେଇ ଦେଇଛି ଆମେରିକା ।

ଯଦି ଚୀନ୍ ରାଷ୍ଟ୍ରପତୀ ପୁଟିନଙ୍କୁ ସାହାଯ୍ୟର ହାତ ବଢାନ୍ତି ତେବେ ପରିଣାମ ବି ସେ ଭଲଭାବେ ଜାଣିଛନ୍ତି । ଋଷ ଦ୍ୱାରା ପ୍ରେରିତ ହୋଇ ଚୀନ ଯଦି ଗଣତାନ୍ତ୍ରୀକ ପଦ୍ଧତିରେ ଶାଶିତ ତାଇୱାନ ଦ୍ୱିପକୁ ବଳ ପୂର୍ବକ ଅଧିକାର କରେ ତେବେ ତାହା ଗ୍ରହଣୀୟ ହେବନାହିଁ । ସୂଚନା ଅନୁସାରେ ୟୁକ୍ରେନ ଆକ୍ରମଣ ପାଇଁ ଋଷକୁ ଚୀନ୍ ନିନ୍ଦା କରିନାହିଁ କି ଜାତିସଂଘ ନିରାପତ୍ତା ପରିସରରେ ସପକ୍ଷ କି ବିପକ୍ଷ ନେଇ ମାତା ମତବି ଦେଇନଥିଲା ଚୀନ୍ । ଏହାଛଡା ଅଳ୍ପ କିଛି ବର୍ଷହେବ ମୋଷ୍କ ବେଜିଂ ସହିତ ସମ୍ପର୍କ ନିବିଡ କରିଛି ଏବଂ ଗତ ଫେବୃଆରୀ ମାସରେ ଦୁଇ ଦେଶ ମଧ୍ୟରେ ନୋ ଲିମିଟସ ଭାଗୀଦାରିତା ମଧ୍ୟ ସ୍ଥିର କରାଯାଇଛି ।

Related posts

ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍

mahabharatanews

ଇସ୍ରାଏଲର ବୋମାମାଡ଼; ହସ୍ପିଟାଲରେ ଦବି ରହିଛି ଶତାଧିକ ଲୋକଙ୍କ ଶବ 

mahabharatanews

ଆର୍ଥିକ ସଂକଟରେ ଶ୍ରୀଲଙ୍କା

mahabharatanews