ମନୋରଞ୍ଜନ

କମାଲ କରୁଛି ‘ଆର୍ଟିକିଲ ୩୭୦’

(ମୁମ୍ବାଇ) : ଚଳଚ୍ଚିତ୍ର ‘ଆର୍ଟିକିଲ ୩୭୦’ ପ୍ରେକ୍ଷାଳୟରେ ରିଲିଜ ହୋଇଛି, ଯେଉଁଥିରେ ଆର୍ଟିକିଲ ୩୭୦ ଉଚ୍ଛେଦ ପଛର କାହାଣୀ ସହ ଏହାକୁ ନେଇ ଯେଉଁ ବିବାଦ ଦେଖାଯାଇଥିଲା, ତାହା ଦେଖିବାକୁ ମିଳିଛି। ଫିଲ୍ମର ପ୍ରଯୋଜନା ଆଦିତ୍ୟ ଧର କରିଥିବା ବେଳେ ଅଭିନେତ୍ରୀ ୟାମୀ ଗୌତମଙ୍କୁ ଏଥିରେ ଦମଦାର ଚରିତ୍ରରେ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଫିଲ୍ମଟି ୬.୧୨ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ଏହା ୯.୫୦ କୋଟିରେ ପହଞ୍ଚିଥିଲା। ଏପର୍ଯ୍ୟନ୍ତ, ମାତ୍ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ମୋଟ ୨୫.୪୫କୋଟି ଟଙ୍କା ସଂଗ୍ରହ କରିସାରିଲାଣି।

ସୂଚନାନୁଯାୟୀ , ଫିଲ୍ମରେ କିଭଳି ଭାବେ ‘ଆର୍ଟିକିଲ ୩୭୦’ ଉଚ୍ଛେଦ କରିବା ପାଇଁ ଭାରତ ସରକାର କଡ଼ା ପରିଶ୍ରମ କରିଥିଲେ ଏବଂ ଇତିହାସର ଫର୍ଦ୍ଦକୁ ଲେଉଟାଇ ସେଥିରୁ କିଭଳି ତଥ୍ୟ ସଂଗ୍ରହ କରି ‘ଆର୍ଟିକିଲ ୩୭୦’ ଉଚ୍ଛେଦ କରାଯାଇଥିଲା, ତାହା ଫିଲ୍ମରେ ଦେଖିବାକୁ ମିଳିଛି।

Related posts

ଖୁବ ଶୀଘ୍ର ଆସିବ ହ୍ରିତିକଙ୍କ ‘କ୍ରିଶ’ ସିକ୍ବେଲ 

mahabharatanews

ବିଗ୍ ବସ୍ ଓଟିଟି ୩ର ଟ୍ରଫି ହାତେଇଲେ ସନା ମକବୁଲ ଖାନ୍

mahabharatanews

‌ଅଗଷ୍ଟ ୧୧ରେ ପରଦାକୁ ଆସିବ ଖିଲାଡି ହିରୋଙ୍କ ଫିଲ୍ମ  ‘ଓଏମ୍‌ଜି ୨’

mahabharatanews