ଓଡିଶା

ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ

ବାରିପଦା: ଭିଜିଲାନ୍ସ ଜାଲରେ ଅମିନ । ବାରିପଦା କାର୍ଯ୍ୟାଳୟର ଅମିନ ମାନସ ଦାସ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟର ଭାରପ୍ରାପ୍ତ ଡିଏସପି ଜୟନ୍ତୀ ଦଳେଇଙ୍କ ସୂଚନା ଅନୁଯାୟୀ, ରାଇରଙ୍ଗପୁରର ଚିତ୍ତରଞ୍ଜନ ମହାନ୍ତ ନିଜ ଜମିର ରେକର୍ଡ ପତ୍ର ଆବଶ୍ୟକ ପାଇଁ ବାରିପଦା ବନ୍ଦୋବସ୍ତ(ଜମି) କାର୍ଯ୍ୟାଳୟକୁ ଯାଇ ବାରମ୍ବାର ନିରାଶ ହୋଇଥିଲେ । ତେବେ ସେହି କାର୍ଯ୍ୟାଳୟର ଅମିନ ମାନସ ଦାସ ଚିତ୍ତରଞ୍ଜନଙ୍କୁ ୯ ପୃଷ୍ଠାର ରେକର୍ଡ ପାଇଁ ୬୩୦୦ଟଙ୍କା (ପ୍ରତି ପୃଷ୍ଠା ୭୦୦ଟଙ୍କା ହିସାବରେ) ଲାଞ୍ଚ ମାଗିଥିଲେ । ଏନେଇ ଚିତ୍ତରଞ୍ଜନ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ।

ପୂର୍ବ ଯୋଜନା ଅନୁଯାୟୀ ସୋମବାର ପୂର୍ବାହ୍ନରେ ଚିତ୍ତରଞ୍ଜନ ମାନସଙ୍କୁ ୩୩୦୦ଟଙ୍କା ଅଗ୍ରିମ ଦେବା ସମୟରେ ଭିଜିଲାନ୍ସ ଦଳ ହାତରେ ଧରାପଡିଥିଲେ । ତାଙ୍କ ନିକଟରୁ ରସାୟନ ପ୍ରଲେପ ବୋଳା ୩୩୦୦ଟଙ୍କା ଜବତ କରାଯାଇଛି । ବାଲେଶ୍ଵର ଓ ବାରିପଦା ଭିଜିଲାନ୍ସ ଦଳ ଅଭିଯୁକ୍ତ ଅମିନଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ପୈତୃକ ବାସଭବନରେ ଚଢାଉ ଜାରି ରଖିଛନ୍ତି ।

Related posts

ଭୁବନେଶ୍ବରରେ ପୁଣି ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ; ‌ରେଳଧାରଣାରୁ ଖସିଲା ୮ ବଗି

mahabharatanews

ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

mahabharatanews

ପରଲୋକରେ ମନ୍ତ୍ରୀ ଭାଗବତ ମହାନ୍ତି

mahabharatanews