(ଭୁବନେଶ୍ୱର) : ଓଡ଼ିଶାରେ ନିର୍ବାଚନ ଜିତିବାକୁ ବିଜେପି ସବୁ ପ୍ରକାରର ଉଦ୍ୟମ ଚଳାଇଥିବାବେଳେ ପ୍ରଚାରକୁ ଶାଣିତ କରିବାକୁ ମଙ୍ଗଳବାର
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପୁଣି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶାହ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୪୫ରେ ଚାନ୍ଦବାଲିରେ, ଅପରାହ୍ନ ୨ଟା୧୫ରେ କୋରେଇ ନିର୍ବାଚନମଣ୍ଡଳୀର ପାଣିକୋଇଲିଠାରେ ଏବଂ ଅପରାହ୍ନ ୪ଟାରେ ନିମାପଡ଼ାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ।
ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ବିଭିନ୍ନ ସ୍ଥାନରେ ପ୍ରଚାର କରିଥିବାବେଳେ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ରେ ରାଇରଙ୍ଗପୁରଠାରେ ଅନୁଷ୍ଠିତ ରୋଡ୍ ସୋ’ରେ ଯୋଗଦେବେ। ଏହା ପରେ ଶ୍ରୀ ବିଶ୍ୱଶର୍ମା ମଧ୍ୟାହ୍ନ ୧୨ଟା ୫ରେ ମୋରଡ଼ା ନିର୍ବାଚନମଣ୍ଡଳୀର ସୁଳିଆପଦା, ଅପରାହ୍ନ ୨ଟା ୧୫ରେ ସୋରର ରଘୁନାଥପୁର, ଅପରାହ୍ନ ୪ଟାରେ ଜଗତସିଂହପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ପୂର୍ବାହ୍ନ ୧୦ଟାରେ ବଡ଼ଚଣା, ପୂର୍ବାହ୍ନ ୧୧ଟାରେ ଧର୍ମଶାଳା, ମଧ୍ୟାହ୍ନ ୧୨ଟା ୧୫ରେ ବିଞ୍ଝାରପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କୋରେଇଠାରେ ଅନୁଷ୍ଠିତ ଜନସଭାରେ ଯୋଗଦେବେ। ଅପରାହ୍ନ ୩ଟାରେ ଶ୍ରୀ ପ୍ରଧାନ ଜଗତସିଂହପୁରର ବାଲିକୁଦାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ।
