ମନୋରଞ୍ଜନ

 ୮୧ତମ ଜନ୍ମଦିନରେ କାନ୍ଦିଲେ ବିଗ୍‌ ବି

(ମୁମ୍ବାଇ) :  ଏବର୍ଷ ୮୧ତମ ଜନ୍ମଦିନ ପାଳନ କରିବେ ବିଗ୍‌ ବି। ‘କୌନ ବନେଗା କରୋଡ଼ପତି’ ସେଟ୍‌ରେ ବିଗ୍‌ ବିଙ୍କ ଜନ୍ମଦିନ ପାଳନ ‌ବେଳେ ସେ ‌ଖୁସିରେ କାନ୍ଦି ପକାଇଛନ୍ତି। ପ୍ରତିବର୍ଷ ପରି ଏବର୍ଷ ବି ‘କେବିସି’ ମଞ୍ଚରେ ବିଗ୍‌ ବିଙ୍କ ଜନ୍ମଦିନ ବଡ଼ ଧୁମ୍‌ଧାମ୍‌ରେ ମନାଯାଇଛି। ଭାରତୀୟ ସିନେ ଇଣ୍ଡଷ୍ଟ୍ରିର ନାମୀଦାମୀ ତାରକାମାନେ ମେଗାଷ୍ଟାର୍‌ଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି।

ଖବରନୁଯାୟୀ ,ମଞ୍ଚରେ ଦର୍ଶକ ଓ ସିନେ ତାରକାଙ୍କ ଭଲପାଇବା ଦେଖି ନିଜ ଲୁହକୁ ରୋକି ପାରିଲେନି ଅମିତାଭ। ମଞ୍ଚ ଉପରେ ହିଁ ଖୁସିରେ ସମସ୍ତଙ୍କ ସାମ୍ନାରେ କାନ୍ଦିବାକୁ ଲାଗିଲେ। ସେ ଆହୁରି ବି କହିଛନ୍ତି, ‘‘ମୁଁ ସମସ୍ତଙ୍କୁ ଟିସ୍ୟୁ ଦେଇଥାଏ। ଆଜି ମୋ ପାଳି ଆସିଛି। ଏହି ମଞ୍ଚରେ ମୋ ଜନ୍ମଦିନ ପାଳନ ପ୍ରଥା ଅତିଉତ୍ତମ।’’

Related posts

ରାକ୍ଷୀଙ୍କୁ ଅଚାନକ ନିସ୍ତୁକ ମାଡ଼

mahabharatanews

ଚର୍ଚାରେ ଆଲିଆଙ୍କ ୨୦କୋଟି ଟଙ୍କାର ହାର

mahabharatanews

ପୁରୁଣା ଫୋଟୋ ପୋଷ୍ଟ କରି ଟ୍ରୋଲ ହେଲେ ନାୟିକା ଟ୍ୱିଙ୍କଲ ଖନ୍ନା

mahabharatanews