ଓଡିଶାଭାରତ

ପରଲୋକରେ ପୂର୍ବତନ ଆଇପିଏସ ଅଧିକାରୀ

(ମୁମ୍ବାଇ) : ପରଲୋକରେ ପୂର୍ବତନ ଆଇପିଏସ ଅଧିକାରୀ । ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶରତ ଚନ୍ଦ୍ର ମିଶ୍ରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ଶରତଙ୍କୁ ୮୮ବର୍ଷ ବୟସ ହୋଇଥିଲା । ଏ ନେଇ ତାଙ୍କର ଭାଇ ତଥା ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭.୨୪ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି । ଶରତ ୧୯୮୯ ବ୍ୟାଚର ଜଣେ ଆଇପିଏସ ଅଧିକାରୀ ଥିଲେ । ଶରତ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘଦିନ ଜହଶ ସେବା କରିବା ପରେ ଅବସର ଗ୍ରହଣ କରିଥିଲେ । ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି ।

Related posts

 ପିଲା ୟୁଟ୍ୟୁବରେ ପଢିବେ ପାଠ

mahabharatanews

ଇନସ୍ପେକ୍ଟରଙ୍କୁ ପୁନଃ ତାଲିମ ଦେବାକୁ ଓଏଚଆରସିଙ୍କ ନିର୍ଦ୍ଦେଶ

mahabharatanews

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews