ଅପରାଧ

ଅମିତାଭଙ୍କ ଘରେ ବୋମା ମାଡ ଧମକ

ମୁମ୍ବାଇ(ମହାଭାରତ): ବଲିଉଡ ଜଗତର ଶେହେନସାହ ତଥା ବିଗ ବି ଅମିତାଭ ବଚ୍ଚନ । ତାଙ୍କ ଘର ଉପରେ ବୋମା ମାଡ ହେବା ନେଇ ମିଳିଛି ଧମକ । ବୋମା ପକାଇ ଘର ଉଡାଇ ଦେବେ ବୋଲି କେହି ଦୁର୍ବୃତ୍ତ ବିଗ ବି ଙ୍କୁ ଧମକ ଦେଇଛି । ତାଙ୍କ ଘର ବ୍ୟତୀତ ମାୟାନଗରୀର ତିନି ପ୍ରମୁଖ ରେଳ ଷ୍ଟେସନରେ ମଧ୍ୟ ବୋମୋ ବିସ୍ଫୋରଣ କରାଯିବ ବୋଲି ଫୋନରେ ଧମକ ଦିଆଯାଇଛି । ମୁମ୍ବାଇ ପୋଲିସକୁ ଏ ନେଇ କେହି ଜଣେ ଫୋନରେ ଧମକ ଦେଇଥିବା ଜଣାପଡିଛି । ଏହି ଫୋନ କଲ ପାଇବା ପରେ ବଢିଯାଇଚି ମୁମ୍ବାଇ ପୋଲିସର ଚିନ୍ତା । ସାରା ରାଜ୍ୟରେ ଏ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ମୁମ୍ବାଇ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିବା ସହ ତିନୋଟି ରେଳ ଷ୍ଟେସନ ଏବଂ ବିଗ ବି ଙ୍କ ଘରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯଇଛି । ତେବେ ଏ ପର୍ଯ୍ୟନ୍ତ କୌଣସି ସ୍ଥାନରୁ ବୋମା କିମ୍ବା କୌଣସି ବିସ୍ଫୋରକ ପଦାର୍ଥ ମିଳିନଥିବା ସୂଚନା ରହିଛି ।

Related posts

ଟ୍ରାଭେରାରୁ ୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

mahabharatanews

ବଟି ଆଦାୟ କରୁଥିବା ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

mahabharatanews

ଦୁଇ ଦିନରେ ଦୁଇଟି ପେଟ୍ରୋଲ ପମ୍ପ ଲୁଟ

mahabharatanews