ଅପରାଧ

ଦୁଷ୍କର୍ମରେ ବିଫଳ ହେବା ପରେ ଯୁବତୀଙ୍କୁ ପୋଡି ମାରିବାକୁ ଉଦ୍ୟମ

(ମହାଭାରତ/ପାଟନା) : ହ୍ରାଇଦ୍ରାବାଦର ଦିଶାଙ୍କ ପରେ ଉତ୍ତର ପ୍ରଦେଶର ଉନ୍ନାଓ ପୀଡିତାଙ୍କୁ ଦୁଷ୍କର୍ମ ପରେ ପୋଡି ଦେବା ଘଟଣାର ତାତି ଥମି ନ ଥିବା ବେଳେ ଏବେ ବିହାରରେ ଜଣେ ଯୁବତୀଙ୍କୁ ପୋଡି ହତ୍ୟା ଉଦ୍ୟମ କରାଯାଇଛି । ମୁଜାଫରପୁର ଜିଲ୍ଲାରେ ଦୁଷ୍କର୍ମ କରିବାରେ ବିଫଳ ହେବା ପରେ ଜଣେ ଯୁବତୀଙ୍କୁ ଜୀଅନ୍ତା ଜାଳି ହତ୍ୟା କରିବାକୁ ଉଦ୍ୟମ କରାଯାଇଛି । ଏହି ଘଟଣାରେ ଯୁବତୀ ଜଣକ ୮୦ ପ୍ରତିଶତ ଜଳିଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ ସୂତ୍ରରୁ ପ୍ରକାଶ, ମୁଜାଫରପୁର ଜିଲ୍ଲାର ନଜୀରପୁର ଗାଁରେ ଜଣେ ବ୍ୟକ୍ତି ମହିଳାଙ୍କୁ ଜୀଅନ୍ତା ଜାଳି ମାରିବାକୁ ଉଦ୍ୟମ କରିଥିଲା । ତେବେ ମହିଳାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀଡ଼ିତାଙ୍କ ମା’ଙ୍କ ବୟାନ ଆଧାରରେ ଘଟଣା ସହିତ ସଂପୃକ୍ତ ଯୁବକକୁ ଗିରଫକରାଯାଇଛି । ପୋଲିସର ଏକ ଦଳ ଅଭିଯୁକ୍ତକୁ ପଚରାଉଚରା କରୁଛି ।
ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଜାଳିବା ଘଟଣାର ଦିନକ ପୂର୍ବରୁ ମୁଜାଫରନଗର ଜିଲ୍ଲାରେ ମଧ୍ୟ ଜଣେ ୩୦ ବର୍ଷୀୟ ଯୁବତୀଙ୍କ ଉପରକୁ ଏସିଡ଼ ମାଡ଼ ହୋଇଥିଲା । ମୁଜାଫରପୁର ପୋଲିସ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛି ।ପୋଲିସ ଅନୁଯାୟୀ, ୪ ଜଣ ଯୁବକ ଅଦାଲତରୁ ଦୁଷ୍କର୍ମ ମାମଲା ଫେରାଇ ଅ ।ଣିବା ପାଇଁ ମହିଳାଙ୍କୁ କହିଥିଲେ କିନ୍ତୁ ଏଥିରେ ପୀଡ଼ିତା ରାଜି ନ ହେବାରୁ ଏସିଡ ମାଡ଼ କରିଥିଲେ । ପୋଲିସ କହିଛି, ମହିଳାଙ୍କ ଶରୀରର ୩୦ ପ୍ରତିଶତ ଜଳିଯାଇଛି ଏବଂ ମେରଠର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

Related posts

ଲୋମଟାଙ୍କୁରା ଘଟଣା : ଯୁବତୀଙ୍କୁ ବନ୍ଧକ ରଖି ୪ ଦିନ ଗଣଦୁଷ୍କର୍ମ

mahabharatanews

ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠି ମଧ୍ୟରେ ମରଣାନ୍ତଙ୍କ ଆକ୍ରମଣ

mahabharatanews

ବୋହୁ କରୁଥିଲା ରାସଲିଳା ! ଶ୍ୱଶୁର ସାଜିଲା ହତ୍ୟାକାରୀ

mahabharatanews

Leave a Comment