ଅପରାଧ

ଦୁଷ୍କର୍ମରେ ବିଫଳ ହେବା ପରେ ଯୁବତୀଙ୍କୁ ପୋଡି ମାରିବାକୁ ଉଦ୍ୟମ

(ମହାଭାରତ/ପାଟନା) : ହ୍ରାଇଦ୍ରାବାଦର ଦିଶାଙ୍କ ପରେ ଉତ୍ତର ପ୍ରଦେଶର ଉନ୍ନାଓ ପୀଡିତାଙ୍କୁ ଦୁଷ୍କର୍ମ ପରେ ପୋଡି ଦେବା ଘଟଣାର ତାତି ଥମି ନ ଥିବା ବେଳେ ଏବେ ବିହାରରେ ଜଣେ ଯୁବତୀଙ୍କୁ ପୋଡି ହତ୍ୟା ଉଦ୍ୟମ କରାଯାଇଛି । ମୁଜାଫରପୁର ଜିଲ୍ଲାରେ ଦୁଷ୍କର୍ମ କରିବାରେ ବିଫଳ ହେବା ପରେ ଜଣେ ଯୁବତୀଙ୍କୁ ଜୀଅନ୍ତା ଜାଳି ହତ୍ୟା କରିବାକୁ ଉଦ୍ୟମ କରାଯାଇଛି । ଏହି ଘଟଣାରେ ଯୁବତୀ ଜଣକ ୮୦ ପ୍ରତିଶତ ଜଳିଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ ସୂତ୍ରରୁ ପ୍ରକାଶ, ମୁଜାଫରପୁର ଜିଲ୍ଲାର ନଜୀରପୁର ଗାଁରେ ଜଣେ ବ୍ୟକ୍ତି ମହିଳାଙ୍କୁ ଜୀଅନ୍ତା ଜାଳି ମାରିବାକୁ ଉଦ୍ୟମ କରିଥିଲା । ତେବେ ମହିଳାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀଡ଼ିତାଙ୍କ ମା’ଙ୍କ ବୟାନ ଆଧାରରେ ଘଟଣା ସହିତ ସଂପୃକ୍ତ ଯୁବକକୁ ଗିରଫକରାଯାଇଛି । ପୋଲିସର ଏକ ଦଳ ଅଭିଯୁକ୍ତକୁ ପଚରାଉଚରା କରୁଛି ।
ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଜାଳିବା ଘଟଣାର ଦିନକ ପୂର୍ବରୁ ମୁଜାଫରନଗର ଜିଲ୍ଲାରେ ମଧ୍ୟ ଜଣେ ୩୦ ବର୍ଷୀୟ ଯୁବତୀଙ୍କ ଉପରକୁ ଏସିଡ଼ ମାଡ଼ ହୋଇଥିଲା । ମୁଜାଫରପୁର ପୋଲିସ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛି ।ପୋଲିସ ଅନୁଯାୟୀ, ୪ ଜଣ ଯୁବକ ଅଦାଲତରୁ ଦୁଷ୍କର୍ମ ମାମଲା ଫେରାଇ ଅ ।ଣିବା ପାଇଁ ମହିଳାଙ୍କୁ କହିଥିଲେ କିନ୍ତୁ ଏଥିରେ ପୀଡ଼ିତା ରାଜି ନ ହେବାରୁ ଏସିଡ ମାଡ଼ କରିଥିଲେ । ପୋଲିସ କହିଛି, ମହିଳାଙ୍କ ଶରୀରର ୩୦ ପ୍ରତିଶତ ଜଳିଯାଇଛି ଏବଂ ମେରଠର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

Related posts

ବରମୁଣ୍ଡା ବ୍ରିଜ୍ ତଳୁ ଉଲଗ୍ନ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ଚାଷ ଜମିରୁ ଶରୀର ଉଦ୍ଧାର ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ

mahabharatanews

ଏକ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଜବତ କଲା କୋରାପୁଟ ପୁଲିସ

mahabharatanews