ଓଡିଶା

ରାଇରଙ୍ଗପୁରରେ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଅକ୍ସିଜେନ ପ୍ଲାଣ୍ଟ ଉଦ୍ଘାଟିତ

(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ) ; କରୋନା ମହାମାରୀ ସମୟରେ ଅମ୍ଳଜାନର ଅଭାବ ମେଣ୍ଟାଇବା ପାଇଁ ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ କରକମଳରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏଲପିଏମ କାପାସିଟିର ପିଏସଏ ଅକ୍ସିଜେନ୍ ଜେନେରେସନ୍ ପ୍ଲାଣ୍ଟର ଶୁଭ ଉଦଘାଟିତ ହୋଇଛି । ମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପି ସଂପାଦକ ନବିନ ରାମ,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ସାରସକଣା ବିଧାୟକ ବୁଢାନ ମୁର୍ମୁ,ଯଶିପୁର ବିଧାୟକ ଗଣେଶରାମ ଖୁଣ୍ଟିଆ,ମନୋଜ ଦାସ ,ଆଲୋକ ରଂଜନ ମହାନ୍ତ ପ୍ରମୁଖ ଵହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡ ଅନୁଦାନରେ ପିସିଏ ପ୍ଲାଣ୍ଟ ସ୍ଥାପନ ହୋଇଥିବା ବେଳେ ଜାତୀୟ ରାଜପଥ କତୃପକ୍ଷ ବିଲିଡିଂ ଓ ଡିଆରଡିଓ ପକ୍ଷରୁ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ବାମନଘାଟୀ ଉପଖଣ୍ଡବାସୀଙ୍କ ବହୁ ପ୍ରତିକ୍ଷିତ ଦାବିକୁ ସରକାରଙ୍କ ପକ୍ଷରୁ ରାଇରଙ୍ଗପୁର ହସ୍ପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ହେବା ପାଇଁ ଭିର୍ତ୍ତିପ୍ରସ୍ତରର ଶୁଭାରମ୍ଭ ହୋଇଥିଲା । ପିଏସଏ ପ୍ଲାଣ୍ଟ ସ୍ଥାପନ କରାଯିବା ବେଳେ ୧ ହଜାର ଏଲପିଏମ କାପାସିଟିର ପିଏସଏ ଅକ୍ସିଜେନ୍ ଜେନେରେସନ୍ ପ୍ଲାଣ୍ଟ ସ୍ଥାପନ ଉପରେ ଟାସ୍କ ଫୋର୍ସ ଗୁରୁତ୍ୱ ଦେଇ ଏହାର ଶୁଭାରମ୍ଭ ହୋଇଯାଇଛି। ଏହାଦ୍ୱାରା ଆଇସୋଲେସନ ୱାର୍ଡ ସହ ପ୍ରସୂତି ଓ ଶିଶୁରୋଗ ୱାର୍ଡ ସହ ଆଇସିୟୁ ଏବଂ ଏଚଡିୟୁ ଶଯ୍ୟାରେ ଅକ୍ସିଜେନ ମିଳିପାରିବ। ଏହା ଦୀର୍ଘକାଳୀନ ଭାବେ ଅକ୍ସିଜେନ ଯୋଗାଣରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ଶୁଭାରମ୍ଭ କାର୍ୟ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ ଉପଖଣ୍ଡ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସାଗର ନାଏକ, ଉପଖଣ୍ଡ ଲୋକସମ୍ପର୍କ ଓ ସୂଚନା ଅଧିକାରୀ ବିକାଶ ରଂଜନ ମହାନ୍ତି ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ।କୋଭିଡ ଗାଇଡ ଲାଇନ ଅନୁପାଳନ ପୂର୍ବକ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସମସ୍ତ ପାରାମେଡିଟାଲ କର୍ମଚାରୀ ,ନର୍ସ ପ୍ରମୁଖ ଉପସ୍ଥିତ ଥିଲେ ।

 

Related posts

‘ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା’: ଶକ୍ତି ମନ୍ତ୍ରୀ

mahabharatanews

ଆଇସିଡିଏସ ସୁପରଭାଇଜର ଲାଞ୍ଚ ଟଙ୍କା ନେବା ବେଳେ…

mahabharatanews

ଆଳୁ ଗୋଦାମର ସ୍ଥିତି ପରଖିଲେ ଖାଦ୍ୟଯୋଗାଣ ମନ୍ତ୍ରୀ

mahabharatanews