ଭାରତ

ଅନନ୍ତନାଗରେ ଜଣେ ଆତଙ୍କବାଦୀର ଶବ ଉଦ୍ଧାର

 (ଜାମ୍ମୁକାଶ୍ମୀର) :   ଅନନ୍ତନାଗରେ ଏନ୍‌କାଉଣ୍ଟର୍‌ ଓ ତଲାସ ଅଭିଯାନର ଆଜି ହେଉଛି ୬ଷ୍ଠ ଦିନ । ଅନନ୍ତନାଗର କୋକେରନାଗ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ଶବରେ ଥିବା ପୋଷାକକୁ ଦେଖି ତାହା ଜଣେ ଆତଙ୍କବାଦୀର ହୋଇଥିବା ଅନୁମାନ କରିଛି ସେନା । y

 ସୂଚନାନୁଯାୟୀ, ଆଜି ବଡ଼ି ସକାଳୁ ସେ ଅଞ୍ଚଳରେ ତଲାସ ଅଭିଯାନ ପୁନଃଆରମ୍ଭ କରାଯାଇ ଜଣେ ଯବାନ ଓ ଆଉ ଜଣେ ଆତଙ୍କବାଦୀର ଶବ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି। ଗୋଟାଏ ଡ୍ରୋନ୍‌ଦ୍ବାରା ସେ ୨ଜଣଙ୍କ ଶବ ଦେଖାଯାଇଥିଲା। ଏନ୍‌କାଉଣ୍ଟର୍‌ର ୫ମ ଦିନ (ରବିବାର) ମଧ୍ୟ ଆତ୍ମଗୋପନକାରୀ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ସେ ଅଞ୍ଚଳରେ ଭୀଷଣ ଗୁଳି ବିନିମୟ ହୋଇଥିଲା।

Related posts

ଫେରିଲେ ୭୯୮ ଭାରତୀୟ

mahabharatanews

ଭାରତୀୟ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

mahabharatanews

ଜାମ୍ମୁ କାଶ୍ମୀର ସୁରକ୍ଷା ସମୀକ୍ଷା ପାଇଁ ଏଲଜି ଏବଂ ଏନଏସଏଙ୍କ ସହ ଅମିତ ଶାହାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews