ଓଡିଶା

 ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ରାଜସ୍ୱ ମନ୍ତ୍ରୀ

(ଭୁବନେଶ୍ୱର) : ଗତକାଲି ଘଟିଥିବା ଟ୍ରେନ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମେଡିକାଲ ଯାଇ ଆହତଙ୍କୁ ଭେଟିବେ ରାଜସ୍ୱ ମନ୍ତ୍ରୀ । ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ତିଙ୍କ ସହ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏସଆରସି ଟିମ୍ । ଏହି ରେଳ ଦୁର୍ଘଟଣା ପାଇଁ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । ନମ୍ବର ଗୋଟିକ ହେଲା ବିଶାଖାପାଟଣା କୋଚିଂ କଣ୍ଟ୍ରୋଲ ନଂ- 8978080939 ବିଶାଖାପାଟଣା ଷ୍ଟେସନ ନଂ- 0891-2746330, 8106053052 ହେଲପ୍‌ଲାଇନ୍ ନଂ- 0674-2301625, 2301525, 2303069 ଏଥିସହ ରାୟଗଡ଼ା ହେଲପ୍‌ଲାଇନ ନଂ- 9439741071, 7326812986 ନମ୍ୱର ଜାରି କରାଯାଇଛି ।

ସୂଚନାନୁଯାୟୀ, ବିଶାଖାପାଟଣା-ପଲାସା ପାସଲଞ୍ଜର ଟ୍ରେନ୍ ଟ୍ରାକ୍‌ରେ ଥିବାବେଳେ, ବିଶାଖାପାଟଣା-ରାୟଗଡା ଟ୍ରେନ୍ ପଛରୁ ଧକ୍କା ଦେଇଥିଲା । ଫଳରେ 5 ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ଏହା ସହ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିବା ସହ ବହୁ ସଂଖ୍ୟାରେ ଲୋକ ଆହତ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ସେହିପରି ଏବେ ମଧ୍ୟ ଟ୍ରେନ୍ ମଧ୍ୟରେ ଆହୁରି ଲୋକ ଫସି ରହିଥିବା ସୂଚନା ରହିଛି ।

Related posts

ଆସନ୍ତାକାଲିଠୁ ବଢିବ ବର୍ଷା 

mahabharatanews

ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତ ଗିରଫ

mahabharatanews

ପୁରୀ ରେଳ ଷ୍ଟେସନ୍‌ରେ ଆଜି ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ

mahabharatanews