ଓଡିଶା

୮ ଦଫା ଦାବିକୁ ନେଇ ଅଙ୍ଗନୱାଡି କର୍ମୀଙ୍କ ଧାରଣା

ଖୋର୍ଦ୍ଧା : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ଡାକରାରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀମାନେ ଆଠ ଦଫା ଦାବି ନେଇ ଧାରଣାଦେଇ ବସିଥିବା ଦେଖିବାକୁ ମିଳିଛି । ଅଙ୍ଗନବାଡି କର୍ମୀ ଦୀର୍ଘ ୪୭ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସରକାରଙ୍କ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଆସୁଛନ୍ତି । ବିଭିନ୍ନ ସମସ୍ୟାକୁ ନେଇ ୨୦୨୧ ମସିହା ଡିସେମ୍ବର ମାସ ୬ ତାରିଖରେ ବିଧାନସଭା ନିକଟରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେତେବେଳେ ସରକାର ସମୟ ନେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଦାବି ପୂରଣ ପୁରାଣ ହୋଇନାହିଁ । ପୁଣି ବର୍ତ୍ତମାନ ସଂଘ ପକ୍ଷରୁ ୨୦୨୨ ମସିହା ନଭେମ୍ବର ମାସ ୨୧ ତାରିଖ ରେ ବିଧାନସଭା ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ସେଥି ଯୋଗୁ ପ୍ରତ୍ୟେକ ବ୍ଲକରେ ମଧ୍ୟ କର୍ମୀମାନେ କାର୍ଯ୍ୟ ବନ୍ଦ କରି ନିଜ ନିଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ ଆଠ ଦଫା ଦାବି ହେଲା ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା, ମାସିକ ୧୮୦୦୦ ଟଙ୍କା ଦରମା ଓ ସହାୟିକା ଙ୍କୁ ୧୦୦୦୦ ଟଙ୍କା ବେତନ ପ୍ରଦାନ, ମିନି ଅଙ୍ଗନୱାଡିଙ୍କୁ ମୁଖ୍ୟ ଅଙ୍ଗନୱାଡି ଭାବରେ ଘୋଷଣା, କର୍ମୀଙ୍କୁ ଇପିଏଫ, ଇଏସଆଇସି ଓ ଗ୍ରାଜୁଏଟ ଲାଗୁ କରିବା, ସମସ୍ତଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ପ୍ରଦାନ, ସହାୟିକା ମାନଙ୍କୁ ଅଗ୍ରାଧିକାର ଭିର୍ତିକ ଅଙ୍ଗନୱାଡି ଭାବରେ ପଦନ୍ନତି ,୫୦ ଭାଗ ବାହାରୁ ସିଧା ଭାବରେ ନେଉଥିବା ସୁପଭାଇଜର ପଦବୀକୁ ଗ୍ରାଜୁଏଟ ବା ତା ଠାରୁ ଅଧିକା ଯୋଗ୍ୟତା ଥିବା କର୍ମୀଙ୍କୁ ପଦନ୍ନତି ଦିଆଯାଉ ବୋଲି ଦାବି କରିଛନ୍ତି । ଏହିଦାବି ଗୁଡିକ ପୁରାଣ କରା ନ ଗଲେ ଅନିର୍ଦ୍ଧିଷ୍ଟ କାଳ ପର‌୍ୟ୍ୟନ୍ତ ଧାରଣାରେ ବସିବୁ ବୋଲି ଅଙ୍ଗନୱାଡି କର୍ମୀ ମାନେ କହିଛନ୍ତି ।

Related posts

ବୋଥ୍ରାଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ

mahabharatanews

ନେତାଜୀ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews

ହାଇୱା ବସ ଧକ୍କାରେ ୫ ଗୁରୁତର ୨୦

mahabharatanews