ଅପରାଧଓଡିଶା

୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ

ବ୍ରହ୍ମପୁର : ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀ ରାଗିଙ୍ଗ ଘଟଣା ୯ ଜଣ ଛାତ୍ରଙ୍କୁ ଆଜି କଲେଜରୁ ନିଲମ୍ବିତ କରିଛନ୍ତି । କଲେଜ କର୍ତ୍ତୃପକ୍ଷ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କାଏମ ରହିବ ଏନେଇ ପୋଲିସକୁ ଅବଗତ କରାଇଛନ୍ତି କଲେଜ କର୍ତ୍ତୃପକ୍ଷ । ସୂଚନା ଥାଉକି, ଗତ ଶନିବାର ଖଲ୍ଲିକୋଟ ଜୁନିଅର କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ ହୋଇଥିଲା ।  ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ ଛାତ୍ରୀ । ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଥିଲେ ଅଧ୍ୟକ୍ଷ ।  ପୂର୍ବରୁ କଲେଜ୍‌ରେ ରାଗିଂ ଅଭିଯୋଗ ହୋଇଥିବା ବେଳେ ୬ ଜଣ ଛାତ୍ରଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ୧୫ ଦିନ ପାଇଁ କଲେଜରୁ ନିଲମ୍ବିତ କରାଯାଇଥିଲା । ଏ ସଂପର୍କରେ ପୋଲିସକୁ ଅବଗତ କରାଯାଇଥିଲା । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ଅଧ୍ୟକ୍ଷ କହିଛନ୍ତି । ପରେ ଆଉ ଏକ ରାଗିଂ ଘଟଣାକୁ ନେଇ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ରାଧାକାନ୍ତ ନାୟକ କହିଥିଲେ । ସେହି ପ୍ରରିପ୍ରେକ୍ଷୀରେ ଆଜି ୯ ଛାତ୍ରଙ୍କୁ ନିଲମ୍ୱନ କରାଯାଇଛି ।

Related posts

ଲୋଡ଼ ସମୟରେ ଖସିପଡ଼ିଲା ଆଇରନ ଗ୍ରାଫ୍, ଡ୍ରାଇଭର ମୃତ…

mahabharatanews

ତାତିରେ ଜଳୁଛି ସାରା ଓଡ଼ିଶା, ତାପମାତ୍ରା ୪୧ ଡିଗ୍ରୀ ପାର

mahabharatanews

ହଣ୍ଡପା ଥାନା ପରିସରରେ ଆଜି ନୂତନ ଭାବେ ଏକ ଜଳ ଛତ୍ର ଉଦଘାଟିତ

mahabharatanews