(ଜ୍ୟୋତିରଞ୍ଜନ ଧର/ କଣିହାଁ): ଅନୁଗୋଳ ଜିଲ୍ଲାରେ କରୋନା କଟକଣା ଭିତରେ ବୁଧବାର ବହୁ ପ୍ରତିକ୍ଷିତ ଏକ ଯୌøତୁକ ଜନିତ ମୃତ୍ୟୁ ମାମଲାର ଶୁଣାଣୀ ହୋଇଛି । ଅନୁଗୋଳ ଜିଲ୍ଲା ଦୌରା ଜଜ ଭିଡିଓ କନ୍ଫରେନ୍ସି ଜରିଆରେ ଏହି ମାମଲାର ଶୁଣାଣୀ କରିଥିଲେ। ପ୍ରାୟ ଅଢେଇ ବର୍ଷ ପୂର୍ବେ ଘଟିଥିବା ଯୌତୁକ ଜନିତ ନିର୍ଯାତନା ଓ ମୃତ୍ୟୁ ମାମଲାର ଶୁଣାଣି କରି ଅଭିଯୁକ୍ତମାନଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି । ସୂଚନା ଅନୁସାରେ, ୨୦୧୭ ମସିହାରେ ଅନୁଗୋଳ ପଶ୍ଚିମ ବଜାରପଡାର ବିଶିଷ୍ଟ ବ୍ୟବସାୟୀ ପବନ ଅଗ୍ରୱାଲଙ୍କ ପତ୍ନୀ ରୁପା ଧାନୁକା ଆତ୍ମହତ୍ୟା କରିଥିଲେ । ତେବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥଲା । କିନ୍ତୁ ପୀଡିତାଙ୍କୁ ଯୌøତୁକ ଜନିତ ନିର୍ଯାତନା ଦିଆଯାଇଥିବା ବେଳେ ସେତେବେଳେ ଏହି ମାମଲା ପ୍ରତି ପୋଲିସର ଉଦାସୀନତାକୁ ନେଇ ଆନ୍ଦୋଳନ କରାଯାଇଥିଲା। ତେବେ ୨ ବର୍ଷ ତଳେ ଘଟିଥିବା ଏହି ଘଟଣାର ଆଜି ଶୁଣାଣି ହୋଇଥିଲା । ମାନ୍ୟବର ଜିଲ୍ଲା ଦୌରାଜଜ ମାମଲାର ବିଚାର କରି ପୀଡିତାଙ୍କ ସ୍ୱାମୀ, ଶ୍ୱଶୁର, ଶାଶୂ ଓ ଦିଅରଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । କରୋନା କଟକଣା ଯୋଗୁଁ ଆଜିର ଏହି ଶୁଣାଣି ଭିଡିଓ କନଫେରସିଂ ଜରିଆରେ କରାଯାଇଥିଲା । ଯାହାକି ଜିଲ୍ଲା ପାଇଁ ଥିଲା ପ୍ରଥମ ଘଟଣା । ମାନ୍ୟବର ଜିଲ୍ଲା ଓ ଦୌରାଜଜ ଅଶାନ୍ତ କୁମାର ଦାସ ଏହି ଶୁଣାଣି କରିଥିବା ବେଳେ ପ୍ରଦୀପ କୁମାର ଦାସ ସରକାରୀ ଓକିଲ ଭାବରେ ଦାୟିତ୍ୱ ତୁଲାଇ ଥିଲେ ।
previous post