ଭାରତମନୋରଞ୍ଜନ

ଇନ୍‌ଷ୍ଟା ରିଲ୍‌ ଛାଡି  ବିବାଦରେ ଅଞ୍ଜଳି ଅରୋରା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଞ୍ଜଳି ଅରୋରା।  ନିଜ ଭିଡିଓରେ  ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି। ଅଞ୍ଜଳିଙ୍କ ଏହି ଇନ୍‌ଷ୍ଟା ରିଲ୍‌ କିଛି ଘଣ୍ଟା ମଧ୍ୟରେ ହିଁ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବର୍ତ୍ତମାନ ସୁଦ୍ଧାର ଏହି ଭିଡିଓୁ ୨.୬ ମିଲିଅନ୍‌ ଭ୍ୟୁ ମିଳିସାରିଥିବା ବେଳେ ୭ ହଜାରରୁ ଅଧିକ କମେଣ୍ଟ ଆସିଛି। କିଛି ଲୋକେ ଅଞ୍ଜଳିଙ୍କ ଏହି ବୋଲ୍ଡ ଲୁକ୍‌କୁ ପସନ୍ଦ କରୁଥିବା ବେଳେ ଆଉ କିଛି ତାଙ୍କୁ ଟ୍ରୋଲ କରିଛନ୍ତି।

ଏଥିସହ ଅନେକ ତାଙ୍କ ଉପରେ ରାଗି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।କିଛି ଦିନ ପୂର୍ବେ ଏକ ଭିଡିଓକୁ ନେଇ ଦାବି କରାଯାଇଥିବା ଯେ, ଏହା ଅଞ୍ଜଳି ଅରୋରାଙ୍କ ଏମ୍‌ଏମ୍‌ଏସ୍‌ ଭିଡିଓ । କିନ୍ତୁ ଅଞ୍ଚଳି ଏହାକୁ ଖଣ୍ଡନ କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ଏହା ତାଙ୍କର ନୁହେଁ ବୋଲି କହିଥିଲେ। ତାଙ୍କୁ ବଦ୍‌ନାମ କରିବା ପାଇଁ ଷଡଯନ୍ତ୍ର କରାଯାଉଥିବା ସେ ଅଭିଯୋଗ ଆଣିଥିଲେ।ରିଆଲଟି ଶୋ’ ଲକ୍‌ଅପ୍‌’ରେ ନଜର ଆସିଥିଲେ ସୋଶାଲ ମିଡିଆ ସେନ୍‌ସେସନ୍‌ ଅଞ୍ଜଳି ଅରୋରା।

ଏହି ଶୋ’ରେ ଷ୍ଟାଣ୍ଡଅପ୍‌ କେମଡିଆନ୍‌ ମୁନୱର ଫାରୁକିଙ୍କ ସହ ତାଙ୍କର ଘନିଷ୍ଟତାକୁ ନେଇ ଦୁହେଁ ରିଲେସନ୍‌ସିପ୍‌ରେ ଥିବା ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ପରେ ଉଭୟ ଏହାକୁ ଖଣ୍ତନ କରିଥିଲେ। ଲକ୍‌ଅପ୍‌’ ଫେମ୍‌ ନିକଟରେ ଏମ୍‌ଏମ୍‌ଏସ୍‌ ଲିକ୍‌କୁ ନେଇ ବିବାଦ ଘେରକୁ ଆସିଥିଲେ ଅଞ୍ଜଳି। ତାଙ୍କର ଏହି ଏମ୍‌ଏମ୍‌ଏସ୍‌କୁ ନେଇ ଚାରିଆଡୁ ତାଙ୍କୁ ଟାର୍ଗେଟ୍‌ କରାଯାଇଥିଲା।

ଏହାରି ଭିତରେ ଇନଷ୍ଟାଗ୍ରାମରେ ନିଜର ଆଉ ଏକ ଭିଡିଓ ଶେଆର କରିଛନ୍ତି ଅଞ୍ଜଳି।ଏମ୍‌ଏମ୍‌ଏସ୍‌ କଣ୍ଟ୍ରଭର୍ସି ପରେ ଅଞ୍ଜଳି ଅନେକ ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଯାହାକୁ ନେଇ ତାଙ୍କୁ ଜୋରଦାର ଟ୍ରୋଲ ମଧ୍ୟ କରାଯାଇଛି। ଏହି ଟ୍ରୋଲ ଭିତରେ ସେ ପୁଣି ଥରେ ତାଙ୍କର ଆଉ ଏକ ଭିଡିଓ ଶେଆର କରିଛନ୍ତି। ଆଉ ଏହାର କ୍ୟାପସନ୍‌ରେ ଲେଖିଛନ୍ତି ‘ ତେରା ନଶା’।

Related posts

୬୦୦ କୋଟି ଟଙ୍କା ଆୟ କଲା ଫିଲ୍ମ‘ଯବାନ’

mahabharatanews

 ଝାଲାୱାଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା,୯ ମୃତ

mahabharatanews

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

mahabharatanews