ଓଡିଶାଭାରତ

ତଦନ୍ତରେ ଉକ୍ରର୍ଷତା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଘୋଷଣା

ଓଡି଼ଶାରୁ ୪ ପୁଲିସ ଅଧିକାରୀଙ୍କୁ ମିଳିବ ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଘୋଷଣା କରାଯାଇଛି। ତଦନ୍ତରେ ଉକ୍ରର୍ଷତା ଲାଗି ଦେଶର ୧୫୧ ପୁଲିସ ଅଧିକାରୀଙ୍କୁ ପଦକ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ଓଡି଼ଶାର ୪ ଜଣ ପୁଲିସ ଅଧିକାରୀ ରହିଥିବା ଜଣାପଡିଛି। ସେମାନେ ହେଲେ ଡିଏସପି ସୁମିତ୍ରା ଜେନା, ଇନସପେକ୍ଟର ଆଶିଷ ଜେନା, ଇନସପେକ୍ଟର ଅନୁସୟା ନାୟକ ଓ ରମେଶ ପ୍ରଧାନ ରହିଛନ୍ତି। ସିବିଆଇରୁ ସର୍ବାଧିକ ୧୫ ଅଧିକାରୀଙ୍କୁ ଉକ୍ରର୍ଷ ପଦକ ମିଳିବ। ସେହିପରି ମହାରାଷ୍ଟ୍ରରୁ ୧୧ ଜଣ, ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶରୁ ୧୦ ଜଣ ଲେଖାଏଁ ଅଫିସରଙ୍କୁ ଏହି ପଦକ ମିଳିବ। ସୂଚନା ଅନୁସାରେ ପ୍ରତିବର୍ଷ ସ୍ୱାଧୀନତା ଦିବସ ଅବସରରେ ଉକ୍ରର୍ଷତା ଲାଗି ଏହି ପଦକ ପ୍ରଦାନ କରାଯାଇଥିଲା।

Related posts

୭୦ କୋଟିରୁ ବଢ଼ିପାରେ ବିପିଏଲ ସଂଖ୍ୟା,ବଦଳିପାରେ   BPL ର ନିୟମ !

mahabharatanews

ନିର୍ବାଚନ ଆୟୋଗଙ୍କ ସମୀକ୍ଷା ବୈଠକ

mahabharatanews

ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୬.୪ ଡିଗ୍ରୀ ରେକର୍ଡ

mahabharatanews