ଓଡିଶାଭାରତ

ତଦନ୍ତରେ ଉକ୍ରର୍ଷତା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଘୋଷଣା

ଓଡି଼ଶାରୁ ୪ ପୁଲିସ ଅଧିକାରୀଙ୍କୁ ମିଳିବ ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଘୋଷଣା କରାଯାଇଛି। ତଦନ୍ତରେ ଉକ୍ରର୍ଷତା ଲାଗି ଦେଶର ୧୫୧ ପୁଲିସ ଅଧିକାରୀଙ୍କୁ ପଦକ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ଓଡି଼ଶାର ୪ ଜଣ ପୁଲିସ ଅଧିକାରୀ ରହିଥିବା ଜଣାପଡିଛି। ସେମାନେ ହେଲେ ଡିଏସପି ସୁମିତ୍ରା ଜେନା, ଇନସପେକ୍ଟର ଆଶିଷ ଜେନା, ଇନସପେକ୍ଟର ଅନୁସୟା ନାୟକ ଓ ରମେଶ ପ୍ରଧାନ ରହିଛନ୍ତି। ସିବିଆଇରୁ ସର୍ବାଧିକ ୧୫ ଅଧିକାରୀଙ୍କୁ ଉକ୍ରର୍ଷ ପଦକ ମିଳିବ। ସେହିପରି ମହାରାଷ୍ଟ୍ରରୁ ୧୧ ଜଣ, ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶରୁ ୧୦ ଜଣ ଲେଖାଏଁ ଅଫିସରଙ୍କୁ ଏହି ପଦକ ମିଳିବ। ସୂଚନା ଅନୁସାରେ ପ୍ରତିବର୍ଷ ସ୍ୱାଧୀନତା ଦିବସ ଅବସରରେ ଉକ୍ରର୍ଷତା ଲାଗି ଏହି ପଦକ ପ୍ରଦାନ କରାଯାଇଥିଲା।

Related posts

ପାଟଣା ସିଡିପିଓଙ୍କ ମନମାନି କାର୍ୟ୍ୟକୁ ନେଇ କାର୍ଯ୍ୟାଳୟ ଘେରାଉ କଲେ ଅଙ୍ଗନୱାଡି କର୍ମୀ

mahabharatanews

ଡ. ଗୋପବନ୍ଧୁ ଦାଶଙ୍କ ରଚିତ ପୁସ୍ତକ ଉନ୍ମୋଚିତ

mahabharatanews

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

mahabharatanews