(ମହାଭାରତ, ଗୋପ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଧାନକେରା ସ୍ଥିତ ନବଜ୍ୟୋତି ବିଦ୍ୟା ମନ୍ଦିରର ଷଷ୍ଠ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପାଠ୍ୟ ପୁସ୍ତକରୁ ଶିକ୍ଷା ଗ୍ରହଣ କରିବା ସହିତ ଛାତ୍ରଛାତ୍ରୀମାନେ ଶାରିରୀକ ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । କ୍ରୀଡା ଉତ୍ସବ ଆରମ୍ଭରେ ଶ୍ରୀଶ୍ରୀ ଠାକୁର ନିଗମାନନ୍ଦଙ୍କ ମନ୍ଦିର ଦ୍ୱୀପରୁ ଜ୍ୟୋତି ସଂଗ୍ରହ କରାଯାଇ ଉତ୍ସବ ସ୍ଥଳକୁ ଅଣାଯାଇଥିଲା । ଅତିଥିମାନେ କ୍ରୀଡା ପତାକା ଉତ୍ତୋଳନ କରିବା ପରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମାର୍ଚ୍ଚପାଷ୍ଟ କରିଥିଲେ । ଏହା ପରେ ବିଭିନ୍ନ କ୍ରୀଡା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ମୁରୁଜପକା, ଗଣିତ ଦୌଡ, କୁଇଜ୍, ମ୍ୟୁଜିକ ଚେୟାର ଆଦି ଅନୁଷ୍ଠିତ ହୋଇଥିଲା । ସ୍କୁଲର କ୍ରୀଡା ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ବାର୍ଷିକ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ତେବେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି ।
previous post
next post