(ଦିଲ୍ଲୀ) : କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ବିଜୟନ୍ଦର ସିଂ । ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ବକ୍ସିଂରେ ଭାରତର ପ୍ରଥମ ଅଲିମ୍ପିକ୍ ପଦକ ବିଜେତା ତଥା କଂଗ୍ରେସ ନେତା ବିଜୟନ୍ଦର ସିଂ ବିଜେପିରେ ଯୋଗ ଦେଇଛନ୍ତି।
ସୂଚନାନୁଯାୟୀ , ବିଜୟନ୍ଦର ସିଂ ୨୦୧୯ ଲୋକସଭା ନିର୍ବାଚନରେ ଦକ୍ଷିଣ ଦିଲ୍ଲୀ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ସେ ହାରି ଯାଇଥିଲେ। ମଥୁରାରୁ କଂଗ୍ରେସରୁ ପ୍ରାର୍ଥୀ ହେବା ନେଇ ତାଙ୍କ ନାମ ଗତ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା । ଯେଉଁଠାରୁ ଅଭିନେତ୍ରୀ ତଥା ସାଂସଦ ହେମା ମଲିନୀ ପୁଣି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନ ତାରିଖ ବିଜୟନ୍ଦର ସିଂ ଜାଠ ସମ୍ପ୍ରଦାୟରୁ ଆସିଛନ୍ତି, ଯାହାର ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ବହୁ ସଂଖ୍ୟକ ଆସନ ଉପରେ ରାଜନୀତିକ ପ୍ରଭାବ ରହିଛି । ବିଜେପିରେ ଯୋଗଦେବା ପରେ ବିଜୟନ୍ଦର ସିଂ କହିଛନ୍ତି ଯେ ମୁଁ ଦେଶର ବିକାଶ ତଥା ଲୋକଙ୍କ ସେବା ପାଇଁ ଆଜି ବିଜେପିରେ ଯୋଗ ଦେଇଛି।