ଭାରତ

ପଦ୍ମ ଧରିଲେ ପ୍ରଥମ ଅଲିମ୍ପିକ୍ ପଦକ ବିଜେତା ବିଜୟନ୍ଦର ସିଂ

(ଦିଲ୍ଲୀ) : କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ବିଜୟନ୍ଦର ସିଂ । ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ବକ୍ସିଂରେ ଭାରତର ପ୍ରଥମ ଅଲିମ୍ପିକ୍ ପଦକ ବିଜେତା ତଥା କଂଗ୍ରେସ ନେତା ବିଜୟନ୍ଦର ସିଂ ବିଜେପିରେ ଯୋଗ ଦେଇଛନ୍ତି।

ସୂଚନାନୁଯାୟୀ , ବିଜୟନ୍ଦର ସିଂ ୨୦୧୯ ଲୋକସଭା ନିର୍ବାଚନରେ ଦକ୍ଷିଣ ଦିଲ୍ଲୀ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ସେ ହାରି ଯାଇଥିଲେ। ମଥୁରାରୁ କଂଗ୍ରେସରୁ ପ୍ରାର୍ଥୀ ହେବା ନେଇ ତାଙ୍କ ନାମ ଗତ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା । ଯେଉଁଠାରୁ ଅଭିନେତ୍ରୀ ତଥା ସାଂସଦ ହେମା ମଲିନୀ ପୁଣି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନ ତାରିଖ ବିଜୟନ୍ଦର ସିଂ ଜାଠ ସମ୍ପ୍ରଦାୟରୁ ଆସିଛନ୍ତି, ଯାହାର ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ବହୁ ସଂଖ୍ୟକ ଆସନ ଉପରେ ରାଜନୀତିକ ପ୍ରଭାବ ରହିଛି । ବିଜେପିରେ ଯୋଗଦେବା ପରେ ବିଜୟନ୍ଦର ସିଂ କହିଛନ୍ତି ଯେ ମୁଁ ଦେଶର ବିକାଶ ତଥା ଲୋକଙ୍କ ସେବା ପାଇଁ ଆଜି ବିଜେପିରେ ଯୋଗ ଦେଇଛି।

Related posts

ଢେଙ୍କାନାଳ ୧୨ ଘଣ୍ଟିଆ ବନ୍ଦ ଡାକରା

mahabharatanews

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

mahabharatanews

ପ୍ରବଳ ବର୍ଷା ; ଉତ୍ତରାଖଣ୍ଡ ଏବଂ ହିମାଚଳରେ ରେଡ୍ ଆଲର୍ଟ ଜାରି

mahabharatanews