ଭାରତ

ବହୁ ପ୍ରତୀକ୍ଷିତ କ୍ରୀଡା ବାୟୋପିକ୍ ‘ମୈଦାନ’ର ଟ୍ରେଲର ରିଲିଜ

(ମୁମ୍ବାଇ) : ଅଜୟ ଦେବଗନଙ୍କ ଜନ୍ମ ଦିନ ଅବସରରେ ଅଜୟ ମଧ୍ୟ ନିଜ ଫ୍ୟାନ୍ସଙ୍କୁ  ସୁନ୍ଦର ଉପହାର ଦେଇଛନ୍ତି । ଅଭିନେତାଙ୍କର ବହୁ ପ୍ରତୀକ୍ଷିତ କ୍ରୀଡା ବାୟୋପିକ୍ ‘ମୈଦାନ’ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଛି । ନିର୍ମାତାମାନେ ଗତ ମାସରେ ଅଜୟ ଦେବଗନଙ୍କ ସିନେମା ‘ମୈଦାନ’ର ଟ୍ରେଲର ରିଲିଜ କରିଥିଲେ କିନ୍ତୁ ଆଜି ଦ୍ୱିତୀୟ ତଥା ଅନ୍ତିମ ଟ୍ରେଲର ରିଲିଜ ହୋଇଛି।

ସୂଚନାନୁଯାୟୀ , ଟ୍ରେଲର ଆରମ୍ଭରେ ପ୍ରିୟାମଣି ଅଜୟ ଦେବଗନଙ୍କୁ କହୁଛନ୍ତି, ସମଗ୍ର ଭାରତରେ କାହାକୁ ବିଶ୍ୱାସ ହେଉ ନାହିଁ ଯେ, ଭାରତୀୟ ଫୁଟବଲ ଦଳ ଏସୀୟ ଗେମ୍ସରେ ଜିତିବ, କିନ୍ତୁ ଆପଣଙ୍କୁ ଲାଗୁଛି କି, ଏହା ଶୁଣି ଅଜୟ ଦେବଗନ ହଁ କହି ମୁଣ୍ତ ହଲାଉଥିବାର ଦେଖିବା ପାଇଁ ମିଳୁଛି । ନିର୍ବାଚନ ତାରିଖ ଏହାପରେ ଫୁଟବଲ୍ ମୈଦାନରେ ଖେଳାଳିଙ୍କ ସହ ଅଜୟ ଦେବଗନଙ୍କ ଝଲକ ମଧ୍ୟ ଦେଖିବା ପାଇଁ ମିଳୁଛି । ତାଙ୍କ ରାସ୍ତାରେ ଆସୁଥିବା ସମସ୍ତ ଚ୍ୟାଲେଞ୍ଜ ମଧ୍ୟରେ ନିଜ ଦଳକୁ ନିଯୁକ୍ତି ଏବଂ ତାଲିମ ଦେବାକୁ ଚେଷ୍ଟା କରୁଛନ୍ତି ଅଜୟ ।

Related posts

ତୁଟୁନି ଇଣ୍ଡିଗୋ ସଙ୍କଟ, ଆଜି ବି ବାତିଲ ହେଲା ୨୦୦ରୁ ଅଧିକ ବିମାନ

mahabharatanews

ଓକିଲମାନଙ୍କୁ ୫ଥର ଭେଟିବା ଆବେଦନ ଖାରଜ 

mahabharatanews

ମହିଳା ଏସିଆ କପ୍: ପାକିସ୍ତାନଠୁ ହାରିଲା ଭାରତ

mahabharatanews