ଓଡିଶା

ଇଡକୋ ଦୁର୍ନୀତି ଖଜୁରୀ ଗଛର ଆଉ ଜଣେ ବିରଞ୍ଚି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧ ଶୂନ୍ୟ ସହିଷ୍ଣୁତାର ଏକ ନଗ୍ନ ଉଦାହରଣ ଇଡକୋ । ଇଡକୋରେ ଖୋଲାଖୋଲି ଚାଲିଛି ଦୁର୍ନୀତି । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ଖୋଲୁନି ସରକାରଙ୍କ ନିଦ । ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ନିଆଯାଉ ନାହିଁ କୌଣସି ପଦକ୍ଷେପ । ଆଉ ଦୁର୍ନୀତିଖୋର କର୍ମଚାରୀ ଇଡକୋରେ ଚଳାଇଛନ୍ତି ସେମାନଙ୍କ କଳା ସାମ୍ରାଜ୍ୟ ।

 ପୂର୍ବରୁ ଆମେ କହିଛୁ, ଇଡକୋରେ ଥିବା ପୁଷ୍ପରାଜ ପ୍ରଧାନଙ୍କ ବିଷୟରେ । ପୁଷ୍ପରାଜ ସରକାରୀ କାର୍ଯ୍ୟରୁ ଅବସର ନେବା ପରେ ପୁଣି ସରକାର ତାଙ୍କୁ ଇଡକୋରେ ସ୍ପେସାଲ ଡୁଟିରେ ଅବସ୍ଥାପିତ କରିଥିଲେ । ବାବୁ ପୂର୍ବରୁ ଦୁର୍ନୀତିରେ ଲିପ୍ତ ରହିଥିଲେ ଓ ପୁନଃ ଅବସ୍ଥାପନ କାଳରେ ମଧ୍ୟ ପୁରୁଣା ପାଠର ଆଲୋଚନା କରୁଥିଲେ । ତାଙ୍କ ହାତରେ ଉଦ୍ୟୋଗ ପାଇଁ ଜାଗା ଖଣ୍ଡେ ଆଶା ରଖିଥିବା ବ୍ୟକ୍ତିଙ୍କ ଭାଗ୍ୟ, ଭବିଷ୍ୟତ । ତେବେ ଏବେ ବଡ ବିଭାଗରେ ଜଣେ ପ୍ରଧାନଙ୍କ ଦ୍ୱାରା କଣ ଏସବୁ ସମ୍ଭବ? ନାହିଁ । ପ୍ରଧାନ ଆଜ୍ଞାଙ୍କ ଏହି ଜମି ଦଲାଲିରେ ସହଯୋଗ କରିବାକୁ ଇଡକୋର ଏକାଧିକ ଅଧିକାରୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଓଏଏସ ଜେନା । ସେ ସମସ୍ତ ଅଫିସିଆଲ କାର୍ଯ୍ୟ ତଦାରଖ କରନ୍ତି । କାହାକୁ ଜମି ଆବଣ୍ଟନ କରାଯିବ, କିଏ କାଟ ଖାଇବ ଜମି ଆବଣ୍ଟନରୁ ଏସବୁ ଜେନା ବାବୁଙ୍କ କଲମ ନିର୍ଦ୍ଧାରଣ କରିଥାଏ ।

ତେବେ ଏହି କାର୍ଯ୍ୟ ପାଇଁ ଗ୍ରାହକ ଯୋଗାଡ କାର୍ଯ୍ୟ ପ୍ରଧାନ ଆଜ୍ଞାଙ୍କର ଜଣେ ଭାଇ କରନ୍ତି । ତାଙ୍କ କର୍ମକ୍ଷେତ୍ର ଇଡକୋ ଅଫିସ ବାହାରେ । ପ୍ରଧାନଙ୍କ ଇଛା ମୁତାବକ ମୂଲଚାଲ କରନ୍ତି ଭାଇ । ଜମି ଆଶାୟୀଙ୍କ ସହ ମନ ମୁତାବକ ବାର୍ଗେନ ହୋଇଗଲେ ପ୍ରଧାନଙ୍କ ମାଧ୍ୟମରେ ଜେନାଙ୍କୁ ପେପର ୱାର୍କ ଆଗକୁ ବଢେଇବାକୁ କୁହାଯାଏ । ଜମି କେଳେଙ୍କାରୀରେ ଜେନା ବାବୁ ପ୍ରଧାନଙ୍କ ଡାହାଣ ହାତ ହୋଇଥିବା ବେଳେ ଭାଇ ବାମ ହାତ । ଜେନାଙ୍କର ଇଡକୋ ଉପରେ ଗଭୀର ଚାଷ । ୫ ବର୍ଷ ଧରି ଇଡକୋରେ କାର୍ଯ୍ୟ କରୁଛନ୍ତି । କେମିତି କଣ କରି ନିଜର ତଥା ପ୍ରଧାନଙ୍କ ପାଣ୍ଠି ଭରିବାକୁ ହେବ ତାଙ୍କୁ ଭଲଭାବେ ଜଣା ।

ହେଲେ ସରକାରୀ ନିୟମ ଅନୁଯାୟୀ ଗୋଟିଏ ବିଭାଗରେ ଜଣେ ସର୍ବାଧିକ ୩ ବର୍ଷ କାର୍ଯ୍ୟ କରି ପାରିବେ । ହେଲେ ଜେନାଙ୍କୁ ଯେମିତି ମିଳିଛି ସ୍ଥାୟୀ ନିଯୁକ୍ତି । ତେଣୁ ଜାଗା କାରବାରରେ ପ୍ରଧାନ ଆଜ୍ଞା ଚଳାଇଥିବା କଳା ସାମ୍ରାଜ୍ୟରେ ସେ ୫୦% ପ୍ରତିଶତ ସହଯୋଗ ଯୋଗାଇ ଦେଉଛନ୍ତି । ତେବେ ବିଶାଲ ଦେବ ଇଡକୋ ପରିଚାଳନା ନିର୍ଦ୍ଦେଶକ ଥିବା କାଳରେ ତାଙ୍କ ଉପରେ ଲଗାଇଥିଲେ ଲଗାମ । ତାଙ୍କୁ ହାଉସ କିପିଂ କାର୍ଯ୍ୟରେ ନିୟୋଜିତ କରି ଜମି କିଣା ବିକାଠାରୁ ଦୂରେଇ ରଖିଥିଲେ । କିନ୍ତୁ ବିଶାଳ ଦେବଙ୍କ ପରେ ପୁଣି ସେ ପୂର୍ବ ପଦ ଫେରି ପାଇବା ସହ ତାଙ୍କ କାରବାର ବେଧକ ଚଳାଇଆସିଛନ୍ତି ।

୧୩ ଅଗଷ୍ଟରେ ପ୍ରଧାନଙ୍କ କାର୍ଯ୍ୟକାଳ ସରିଲା । କିନ୍ତୁ ଜେନା ବାବୁ ତାଙ୍କ ପାଇଁ ଓ ତାଙ୍କ ନିର୍ଦ୍ଦେଶକରେ କାମ କରୁଛନ୍ତି । ତେବେ କିଏ ଏହି ଜେନା ବାବୁ? କାହିଁ ରାଜ୍ୟ ସରକାର ତାଙ୍କୁ ଅନ୍ୟତ୍ର ବଦଳି କରୁ ନାହାନ୍ତି? କାହିଁ ତାଙ୍କ ବିରୋଧରେ ହେଉନାହିଁ ଦୁର୍ନୀତି ନିବାରଣ ବିଭାଗର କାର୍ଯ୍ୟାନୁଷ୍ଠାନ? ଅନ୍ୟପଟେ ଛୋଟ ଛୋଟ ମାଛଙ୍କୁ ଧରି ଶୂନ୍ୟ ସହିଷ୍ଣୁତାର ବଳିଷ୍ଠ ପ୍ରମାଣ ଦେଇ ଖାଲି ଲୋକଙ୍କୁ ଭୁଆଁ ବୁଲେଇବାକୁ ଚେଷ୍ଟା କରୁଛି ସରକାର ।

Related posts

ଗଜପତି ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସାଇବର ସୁରକ୍ଷା ସଚେତନତା

mahabharatanews

ମହାପ୍ରଭୁଙ୍କ ନିକଟରେ ସମୁହ ଦୀପ ଦାନ

mahabharatanews

ଅନ୍ଲାଇନ ଓ ଅଫଲାଇନ ହେବ +୨ଖାତା ଦେଖା

mahabharatanews