ଓଡିଶା

ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଆହ୍ୱାନ

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ବିରୋଧରେ ଦେଶରେ ଚାଲିଥିବା ଲଢେଇରେ ଦେଶର ସ୍ତିତି ଗମ୍ଭୀର ହୋଇପଡିଛି । ଲକଡାଉନ ପାଇଁ ଲୋକେ କାମ ହରାଇଥିବା ବେଳେ ଖାଇବାକୁ ମଧ୍ୟ ପାଉ ନାହାନ୍ତି । ଏପରି ସମୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ନୂଆ ନିବେଦନ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗରିବ ପରିବାରର ଦାୟିତ୍ୱ ନିର୍ବାହ କରିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି, କିଛି ଲୋକ ମୋଦିଙ୍କୁ ସମ୍ମାନିତ କରିବା ପାଇଁ ୫ ମିନିଟ୍ ଛିଡ଼ା ହେବା ଦରକାର ବୋଲି ପ୍ରଚାର କରୁଥିବା ମୋର ଦୃଷ୍ଟିକୁ ଆସିଛି। ହେଲେ ଏହା ଦେଖି ଲାଗୁଛି, କିଛି ଲୋକ ମୋଦିଙ୍କୁ ଅଯଥା ବିବାଦରେ ଫସାଇବା ପାଇଁ ଚକ୍ରାନ୍ତ କରୁଛନ୍ତି।

ହେଲେ ଯଦି କେହି ସତରେ କିଛି ଭଲ କାମ କରିବାକୁ ଚାହୁଁଛନ୍ତି, ମୋଦିକୁ ଭଲ ପାଉଛନ୍ତି କିମ୍ବା ସମ୍ମାନିତ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ମୋର ଗୋଟିଏ ନିବେଦନ, ସେମାନେ ଗୋଟିଏ ଗରିବ ପରିବାରର ସବୁ ଦାୟିତ୍ୱ ନିର୍ବାହ କରନ୍ତୁ। କରୋନା ସଙ୍କଟ ଦେଶରୁ ନ ଟଳିବା ଯାଏ, ସେମାନେ ଗରିବମାନଙ୍କୁ ସମସ୍ତ ପ୍ରକାରର ସହଯୋଗ କରନ୍ତୁ। ଏହାଠାରୁ ବଡ଼ ସମ୍ମାନ ମୋ ପାଇଁ କିଛି ହୋଇ ନ ପାରେ।”

Related posts

ରାଜ୍ୟରେ କରୋନା ସଂକ୍ରମଣ କମିଛି ; ୧୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

କଣିହାଁରେ ପଞ୍ଚାୟତରାଜ ଦିବସ ପାଳିତ

mahabharatanews

ବିଏମସି ଆରମ୍ଭ କରୁଛି ଟିକ୍ ମି ଆପ: ଘରେ ପହଞ୍ଚିବ ଚାହିଦା ଅନୁଯାୟୀ ସାମଗ୍ରୀ

mahabharatanews