ଓଡିଶା

ହୀରାକୁଦରୁ ୧ ଲକ୍ଷ ୫୮ ହଜାର ୮୨୫ କ୍ୟୁସେକ ଜଳ ହେଉଛି ନିଷ୍କାସିତ

(ହୀରାକୁଦ) : ଉପର ମୁଣ୍ଡରେ ଲଗାତାର ବର୍ଷା ହେତୁ ଚିନ୍ତାରେ ତଳିଆ ଅଂଚଳ ଲୋକେ ।  ହୀରାକୁଦ ଜଳସ୍ତର ୬୧୪.୦୪ ଫୁଟ୍‌ ରହିଛି। ହୀରାକୁଦକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ୭୯୯ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ୧ ଲକ୍ଷ ୫୮ ହଜାର ୮୨୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଗତକାଲି ଖୋଲିଛି ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ । ଏବେ ୧୨ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ। ରବିବାର ୫ଟି, ଗତକାଲି ୩ଟି ଓ ଆଜି ୪ଟି ଗେଟ୍ ଖୋଲିଛି। ରବିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାର ପର୍ଯ୍ୟାୟ‌କ୍ରମେ ୫ଟି ଗେଟ୍ ଖୋଲାଯାଇଥିଲା।

ସୂଚନାନୁଯାୟୀ , କଲମାର ୬୬ଟି ଗେଟ୍ ଖୋଲା ରହିଛି । ଜୁନ୍ ୧୬ ତାରିଖରେ ଅକ୍ଟୋବର ୧ ତାରିଖ ଯାଏଁ କଲମାର ସମସ୍ତ ଗେଟ୍ ଖୋଲା ରହେ । ଏହାର ଉପରମୁଣ୍ଡରେ ଥିବା ବ୍ୟାରେଜ୍, ଡ୍ୟାମ୍ ଏବଂ ତାର ଅବବାହିକାରେ ଯେତେ ପାଣି ଆସିଥାଏ, ସେସବୁ ପାଣି ଏହି ସମୟରେ ନିଷ୍କାସନ କରାଯାଏ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତି ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ଆଜିଠୁ ୩ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Related posts

ପାପର ପ୍ରାୟଶ୍ଚିତ: ନିଜ ବେକ କାଟି ବୃଦ୍ଧଙ୍କ ମୃତ୍ୟୁ

mahabharatanews

ବିଦ୍ୟୁତ ଆଘାତରେ ଆଖି ବୁଜିଲେ ୨ଦନ୍ତା 

mahabharatanews

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡିର ଛାନଭିନ

mahabharatanews