ଖେଳ

୧୦୦ ମିଟର ରେସର ପ୍ରଥମ ରାଉଣ୍ଡରେ ଅଟକିଲେ ଦୂତୀ ଚାନ୍ଦ

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ଶହେ ମିଟର ଫାଇନାଲକୁ ଯାଇପାରି ନାହାନ୍ତି ଓଡ଼ିଆ ଦୌଡ଼ ରାଣୀ । ୧୧ ଦଶମିକ ପାଞ୍ଚ ପାଞ୍ଚ ସେକେଣ୍ଡ ସହ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି ଦୂତୀ । ଏଥିରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନଥିଲେ । ପୂର୍ବରୁ ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ୧୦୦ମିଟର ଦୌଡ଼ରେ ଅଂଶ ଗ୍ରହଣ କରିଥିଲେ। ତେଣୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୂତି ଚାନ୍ଦ ଭଲ ପ୍ରଦର୍ଶନ କରିବେ ବୋଲି ଆସ କର ଯାଇଥିଲା ।

ନିଜର ହିଟର ଚତୁର୍ଥ ଓ ମୋଟ ଉପରେ ୨୭ତମ ସ୍ଥାନରେ ରହିଥିଲେ । ଦୂତି ପ୍ରଥମ ଲାଗି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରୁଛନ୍ତ । ହେଲେ ଶହେ ମିଟର ରେସରେ ସେ ନିଜର ଛାପ ଛାଡ଼ିବାରେ ବିଫଳ ହୋଇଛନ୍ତି । ଦୂତୀ ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳର ମଧ୍ୟ ସଦସ୍ୟ ଅଛନ୍ତି । ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଏହି ଦଳରେ ସାମିଲ ଅଛନ୍ତି । ୬ ତାରିଖରେ ଭାରତୀୟ ରିଲେ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ ।

Related posts

ଶ୍ରୀନାଥଙ୍କୁ ଭେଟିବାକୁ ମେ ଫେୟାର ହୋଟେଲ ପହଞ୍ଚିଥିଲେ ଓଡ଼ିଆ ଫ୍ୟାନ୍ସ ଦୀପକ

mahabharatanews

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ପରଲୋକ

mahabharatanews

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

mahabharatanews