ଖେଳ

୧୦୦ ମିଟର ରେସର ପ୍ରଥମ ରାଉଣ୍ଡରେ ଅଟକିଲେ ଦୂତୀ ଚାନ୍ଦ

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ଶହେ ମିଟର ଫାଇନାଲକୁ ଯାଇପାରି ନାହାନ୍ତି ଓଡ଼ିଆ ଦୌଡ଼ ରାଣୀ । ୧୧ ଦଶମିକ ପାଞ୍ଚ ପାଞ୍ଚ ସେକେଣ୍ଡ ସହ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି ଦୂତୀ । ଏଥିରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନଥିଲେ । ପୂର୍ବରୁ ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ୧୦୦ମିଟର ଦୌଡ଼ରେ ଅଂଶ ଗ୍ରହଣ କରିଥିଲେ। ତେଣୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୂତି ଚାନ୍ଦ ଭଲ ପ୍ରଦର୍ଶନ କରିବେ ବୋଲି ଆସ କର ଯାଇଥିଲା ।

ନିଜର ହିଟର ଚତୁର୍ଥ ଓ ମୋଟ ଉପରେ ୨୭ତମ ସ୍ଥାନରେ ରହିଥିଲେ । ଦୂତି ପ୍ରଥମ ଲାଗି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରୁଛନ୍ତ । ହେଲେ ଶହେ ମିଟର ରେସରେ ସେ ନିଜର ଛାପ ଛାଡ଼ିବାରେ ବିଫଳ ହୋଇଛନ୍ତି । ଦୂତୀ ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳର ମଧ୍ୟ ସଦସ୍ୟ ଅଛନ୍ତି । ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଏହି ଦଳରେ ସାମିଲ ଅଛନ୍ତି । ୬ ତାରିଖରେ ଭାରତୀୟ ରିଲେ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ ।

Related posts

୪୩ ହଜାର ଫୁଟବଲ ପିଲାମାନଙ୍କୁ ୨୦୦୦ ବିଦ୍ୟାଳୟରେ ବଣ୍ଟନ କରାଯିବ

mahabharatanews

ଭାରତ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପରେ ବିଜୟ ସହିତ ଆରମ୍ଭ କରିଛି ଅଭିଯାନ

mahabharatanews

ଲଭଲୀନାଙ୍କ ମ୍ୟାଚ ଦେଖିବାକୁ ୩୦ ମିନିିଟ୍ ସ୍ଥଗିତ ରହିବ ବିଧାନସଭା

mahabharatanews