ଭାରତ

ଆନ୍ଧ୍ରପ୍ରଦେଶ କେମିକାଲ୍‌ କମ୍ପାନିରେ ଗ୍ୟାସ୍‌ ଲିକ୍‌; ଡାକ୍ତରଖାନାରେ ଭର୍ତ୍ତି ହେଲେ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ ମହିଳା କର୍ମଚାରୀ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ । ୧୨୧ରୁ ଅଧିକ କର୍ମଚାରୀ ଆହତ ଓ ଗୁରୁତର ଥିବା ୫୦ ଜଣ କର୍ମଚାରୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ , ଅନକପଲ୍ଲୀ ଜିଲ୍ଲା ଅନ୍ତର୍ଗତ ଅଚ୍ୟୁତପୁରମ୍‌ରେ ଥବିା ‘ବ୍ରାଣ୍ଡିକ୍ସ ସ୍ପେସାଲ୍‌ ଇକୋନୋମିକ୍ ଜୋନ୍‌’ରେ ‘କ୍ବାଣ୍ଟମ୍‌ ସିଡ୍‌ସ୍‌’ କମ୍ପାନିରୁ ବିଷାକ୍ତ ବାଷ୍ପ ଲିକ୍‌ ହେବା ଯୋଗୁ , ତା’ ପାଖରେ ଥିବା ଏକ ପୋଷାକ ତିଆରି ୟୁନିଟ୍‌ରେ କାର୍ଯ୍ୟରତ ପ୍ରାୟ ୫୦ଜଣ ମହିଳା କର୍ମଚାରୀ ଅଣନିଶ୍ୱାସୀ ହେବା ସହ ସେମାନଙ୍କ ଆଖି ପୋଡ଼ିଥିଲା ।

ଏଥିସହ ବାରମ୍ବାର ବାନ୍ତି ମଧ୍ୟ ହୋଇଥିଲା । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନକପଲ୍ଲୀର ଜିଲ୍ଲା ମେଡିକାଲ୍‌ ତଥା ସ୍ବାସ୍ଥ୍ୟ ଅଧିକାରୀ ହେମନ୍ତ କହିଛନ୍ତି, ସମ୍ପ୍ରତି ୫୩ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା ଚାଲିଛି ଏବଂ ସେମାନେ ଅପେକ୍ଷାକୃତ ଭଲ ଅଛନ୍ତି। ଅଧିକାଂଶଙ୍କଠାରେ ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଏବଂ ବାନ୍ତି ଆଦି ଲକ୍ଷଣ ଦେଖାଦେଇଥିଲା।

ଅନକପଲ୍ଲୀ ପୁଲିସ ଇନ୍‌ସ୍‌ପେକ୍ଟର୍‌ଙ୍କ କହିବା ଅନୁସାରେ, ଘଟଣାଟି ସନ୍ଧ୍ୟା ୬.୧୫ରୁ ୭ ମଧ୍ୟରେ ଘଟିଛି। ଅପରାହ୍ଣ ୨ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ କାରଖାନରେ ଚାଲିଥିବା ଦ୍ବିତୀୟ ସିଫ୍ଟ୍‌ରେ ପ୍ରାୟ ୧୦୦୦ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ପ୍ରାୟ ୫୦ଜଣ ମହିଳା କର୍ମଚାରୀ ଅସୁସ୍ଥତା ଅନୁଭବ କରୁଥିବା କଥା ଜଣାଇଥିଲେ। ବାକି କର୍ମଚାରୀମାନଙ୍କୁ କାରଖାନାରୁ ସ୍ଥାନାନ୍ତର କରାଯାଇଥିଲା। ପରସ୍ଥିତି ନିୟନ୍ତ୍ରଣାଧୀନ ଅଛି। କମ୍ପାନିରୁ ଗ୍ୟାସ୍‌ ଲିକ୍‌ ହେବା ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

 

Related posts

ପ୍ରଦୂଷଣର ମୁକାବିଲା ପାଇଁ ବଡ଼ ପଦକ୍ଷେପ, 50% ଘରୁ କାମ କରିବା ବ୍ୟବସ୍ଥା ଲାଗୁ

mahabharatanews

 ୫୧ହଜାର ଦୀପରେ ରାମ ଚୌକ

mahabharatanews

“ଲୋକଙ୍କୁ ମାଗଣାରେ ଔଷଧ ମିଳିବା ଜାରି ରହୁ “: କେଜ୍ରିୱାଲ

mahabharatanews