ଭାରତମନୋରଞ୍ଜନ

ତମାଖୁ ବର୍ଜନ ବିଜ୍ଞପ୍ତି ବାଧ୍ୟତାମୂଳକ 

(ଦିଲ୍ଲୀ)  : ତମାଖୁ ସେବନର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନ କରିବାରେ ବିଶ୍ୱରେ ଅଗ୍ରଣୀ ହୋଇପାରିଛି ଭାରତ ।  ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, OTT ପ୍ଲାଟଫର୍ମରେ ତମାଖୁ ବର୍ଜନ ଚେତାବନୀ ପାଇଁ ନୂତନ ନିୟମାବଳୀ ଜାରି କରିଛି । OTT ପ୍ଲାଟଫର୍ମଗୁଡିକରେ କଣ୍ଟେଣ୍ଟରେ ତମାଖୁ ବର୍ଜନ ଚେତାବନୀ ପାଇଁ ବିଜ୍ଞପ୍ତି ବାଧ୍ୟତାମୂଳକ କରାଯାଇଛି । ହେଲେ ଏହି ନିୟମ ପାଳନ ନକଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାନୁଯାୟୀ , ବିଶ୍ୱ ତମାଖୁ ବର୍ଜନ ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି  । ଏବେ ଠାରୁ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ହଟଷ୍ଟାର ଏବଂ ସୋନି ଲିଭ ପରି ସମସ୍ତ OTT ପ୍ଲାଟଫର୍ମରେ କଣ୍ଟେଣ୍ଟ୍‌ ସହିତ ତମାଖୁ ବର୍ଜନ ଚେତାବନୀ ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହେବ ।

Related posts

ପୁଣି ବୋରୱେଲରେ ଶିଶୁ

mahabharatanews

ଚନ୍ଦ୍ରଯାନ-୩; ପ୍ରଥମ ପ୍ରତିବନ୍ଧକକୁ ପାର କଲା ପ୍ରଜ୍ଞାନ

mahabharatanews

ଜୀବନ ହାରିଲେ ବଲିଉଡ ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇ

mahabharatanews