ଓଡିଶା

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ପଦ ସମ୍ଭାଳିବେ ଅନୁ ଗର୍ଗ

୪୭ ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ନେବେ ଅନୁ ଗର୍ଗ । ବୁଧବାର ଅପରାହ୍ନରେ ବିଧିବଦ୍ଧ ଭାବେ  ଲୋକସେବା ଭବନରେ ମନୋଜ ଆହୁଜାଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିବେ । ୧୯୯୧ ବ୍ୟାଚ୍‌ ର ଆଇଏଏସ୍‌ ଅଫିସର ହେଉଛନ୍ତି ଅନୁ ଗର୍ଗ । ୨୦୨୯ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିବ । ବର୍ତ୍ତମାନ୍ ମନୋଜ ଆହୁଜା ମୁଖ୍ୟଶାସନ ସଚିବ ଭାବେ କାର୍ଯ୍ୟଭାର ନିର୍ବାହ କରୁଛନ୍ତି । ତାଙ୍କର କାର୍ଯ୍ୟକାଳ ଆଜି ଶେଷ ହେବ । ୨୦୨୪ ଜୁଲାଇ ମାସରୁ ସେ ମୁଖ୍ୟ ଶାସନ ଦାୟିତ୍ଵରେ ରହିଛନ୍ତି । ୨୦୨୬ ଜାନୁଆରୀ ୧ ତାରିଖରୁ ଅନୁଗର୍ଗ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ।

Senior IAS Officer Anu Garg appointed Odisha Chief Secy - Prameya News

ତେବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଅବସର ନେବେ । ତାଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ପତ୍ନୀ ତଥା ଅବସରପ୍ରାପ୍ର ପ୍ରାଶାସନିକ ଅଧିକାରୀ ଆରତୀ ଆହୁଜା ମଧ୍ୟ ଉପସ୍ଥିତ ଥିଲେ । ଉଭୟ ସେମାନଙ୍କର ପ୍ରଶାସନିକ କ୍ୟାରିଅର ଭିତରେ ଓଡ଼ିଶାକୁ ଗଭୀର ଭାବେ ଭଲ ପାଇବା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ଓଡ଼ିଶାର ବିକାଶ ଓ ଭବିଷ୍ୟତ ପାଇଁ ସେ ସକରାତ୍ମକ ଅଭିବ୍ୟକ୍ତି ଓ ଦୃଢୋକ୍ତି ପ୍ରକାଶ କରିଥିଲେ । ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

IAS officer Anu Garg Archives - OdishaPlus

Related posts

ରଥଯାତ୍ରା ସମୟରେ ବିପର୍ଯ୍ୟୟ ପରିଚାଳନା ବୈଠକ

mahabharatanews

ବଜ୍ରଘାତରେ ଜଣେ ମୃତ

mahabharatanews

୧୫ ସୁଦ୍ଧା ଶ୍ରୀମନ୍ଦିର କାମ ସାରିବାକୁ ନିର୍ଦେଶ ଦେଲେ ଭି କେ ପାଣ୍ଡିଆନ୍ 

mahabharatanews