ଓଡିଶା

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

(ଭୁବନେଶ୍ୱର) : ଟିକେଟ୍ ନମିଳିବା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ଅନୁଭବ ପଟ୍ଟନାୟକ । ଖଣ୍ଡପଡା ଆସନରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ, ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅନୁଭବ ନିରାଶ ହୋଇଛନ୍ତି ।

ସୂଚନାନୁଯାୟୀ , ଏଥିରେJ ବିମୁଖ ହୋଇ ଅନୁଭବ ବିଜେଡି ଛାଡ଼ିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ନିଜ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ଦୀର୍ଘ ୪୦ ବର୍ଷ ହେଲା ତାଙ୍କ ପରିବାର ଖଣ୍ଡପଡାରେ ଦଳର ସଙ୍ଗଠନକୁ ସୁଦୃଢ କରିବାକୁ ଚେଷ୍ଟିତ ରହିଚନ୍ତି । ପ୍ରତି ନିର୍ବାଚନରେ ମଧ୍ୟ ସେ ଦଳକୁ ଜିତାଇବାକୁ କାମ କରିଛନ୍ତି । ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ ହେଲେ ଏହାସତ୍ତ୍ୱେ ମଧ୍ୟ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇନଥିଲା । ହେଲେ ତା ପରେ ବି ସେ ଦଳ ପାଇ ନିଜର କର୍ତ୍ତବ୍ୟ ପାଳନ କରିଆସୁଥିଲେ ।

Related posts

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବ

mahabharatanews

କୋରୋନା ସହାୟତାରେ ହାତ ବଢାଇଛନ୍ତି ଦୁଇ ଭଉଣୀ

mahabharatanews

ମାଆ ବାଗେଶ୍ବରୀଙ୍କ ପୀଠରେ ଭାଗବତ ସମ୍ମାନ ପ୍ରଦାନ ସମାରୋହ

mahabharatanews