ଓଡିଶା

ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ, ଯେଉଁମାନେ ସ୍ୱାସ୍ଥ୍ୟ ବୀମା ଯୋଜନାରେ ନାମ ସାମିଲ କରିପାରି ନାହାନ୍ତି, ସେମାନଙ୍କ ପାଇଁ ଖୁସୀ ଖବର । ସ୍ୱାସ୍ଥ୍ୟ ବୀମା ପାଇଁ ମଗାଯାଇଥିବା ଆବେଦନ ଅବଧିକୁ ବଢାଇ ଦିଆଯାଇଛି । ପୂର୍ବରୁ ଏହି ତାରିଖ ୧୧ ଜୁନ ୨୦୨୧ ଥିବା ବେଳେ ଏବେ ଏହାକୁ ବଢାଇ ୨୬ ଜୁନ ୨୦୨୧ ପର୍ଯ୍ୟନ୍ତ କରାଯାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ପରାମର୍ଶଦାତା ମାନସ ମଙ୍ଗରାଜ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସାମ୍ବାଦିକଙ୍କୁ ବୀମାଭୁକ୍ତ କରିବାକୁ ଲାଗୁ ହୋଇଥିବା ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ବିକ ସ୍ୱାସ୍ଥ୍ୟ ବୀମା ଯୋଜାନା ୨୦୧୬ ଅନ୍ତର୍ଗତ ଆବଦନ ପାଇଁ ପୂର୍ବରୁ ୧୧ ଜୁନ ୨୦୨୧ ଶେଷ ତାରିଖ ରହିଥିଲା । କିନ୍ତୁ ଆଜି ଶେଷ ତାରିଖରେ ଏହି ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏନେଇ ଆଇଆଣ୍ଡ ପିଆର ପରାମର୍ଶଦାତା ମାନସ ମଙ୍ଗରାଜ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି । ଏହି ସୂଚନା ପାଇବା ପରେ ବରିଷ୍ଠ ସାମ୍ବାଦିକମାନେ ମଙ୍ଗରାଜଙ୍କୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି । କାରଣ, ଏହି ମହାମାରୀ ସମୟରେ ବହୁ ଗଣମାଧ୍ୟମର ଅନେକ କର୍ମଚାରୀ ଘରେ ରହି କାର୍ଯ୍ୟ କରୁଛନ୍ତି । ଅନେକ ମଧ୍ୟ ନିଜ ଗାଁକୁ ଚାଲିଯାଇଛନ୍ତି ଓ ବର୍ତ୍ତମାନ ରାଜ୍ୟରେ ଲକଡାଉନ ଜାରି ରହିଛି । ତେଣୁ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମାରେ ସାମିଲ ହେବା ବା ପୂର୍ବ ବୀମାର ନବୀକରଣରେ ସମସ୍ୟା ଦେଖା ଦେଇଛି । ଏହି ସମୟ ବୃଦ୍ଧି ସେମାନଙ୍କ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି ।

Related posts

ଗୋପୀନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କଲେ କେନ୍ଦ୍ର ରେଳ ମନ୍ତ୍ରୀ 

mahabharatanews

ଯୁକ୍ତ ଦୁଇରେ ଏନଟିପିସି ଡିଏଭି ଛାତ୍ରୀ ପ୍ରିୟଙ୍କା ଟପ୍ପର

mahabharatanews

କାଲିଠୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତବାନୀ

mahabharatanews