ମନୋରଞ୍ଜନ

ହାତକୁ ଦି ହାତ ହେଲେ ଅରବାଜ ଖାନ

(ମୁମ୍ବାଇ) : ଗତକାଲି ବଲିଉଡ ଅଭିନେତା ଅରବାଜ ଖାନ ସେଲିବ୍ରିଟି ମେକଅପ ଆର୍ଟିଷ୍ଟ୍ ସୁରା ଖାନଙ୍କୁ ବିବାହ କରିଛନ୍ତି । ଅଭିନେତା ୫୬ବର୍ଷ ବୟସରେ ଦ୍ୱିତୀୟ ଥର ନିଜଠୁ ୧୫ବର୍ଷ ସାନ ସୁରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଖାସ୍ ବିବାହ ଉତ୍ସବ ଅରବାଜଙ୍କ ଭଉଣୀ ଅର୍ପିତାଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ଅରବାଜ ଏବଂ ସୁରାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁଯାୟୀ , ସୁରା ଖାନଙ୍କ ସହିତ ବିବାହ ପରେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ । ଫଟୋରେ ଉଭୟ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସୁଛନ୍ତି । ବିବାହରେ ଦୁହେଁ ବେଶ୍ ସିମ୍ପଲ ଲୁକରେ ନଜର ଆସିଥିଲେ , ହେଲେ ଖୁବ ଖାସ୍ ଥିଲା ଦୁହେଁଙ୍କ ଡ୍ରେସ୍ । ସେହିପରି ପିତାଙ୍କ ଦ୍ୱିତୀୟ ବିବାହରେ ଅରବାଜ ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ମଲାଇକା ଆରୋରାଙ୍କ ପୁଅ ଅରହାନ ମଧ୍ୟ ଯୋଗ ଦେଇଥିଲେ।

Related posts

ବିବାହ ଶାଢ଼ିକୁ ନେଇ ଚର୍ଚାରେ ଆଲିଆ ଭଟ୍ଟ

mahabharatanews

୧୯ରେ ରିଲିଜ ହେବ ଚଳଚ୍ଚିତ୍ର ‘ମେଁ ଅଟଳ ହୁଁ’ 

mahabharatanews

ଗଣେଶଙ୍କ ମୂର୍ତ୍ତିକୁ ନେଇ ଟ୍ରୋଲ ହେଲେ ଶିବ ଠାକରେ 

mahabharatanews