ଓଡିଶା

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

(ଭୁବନେଶ୍ୱର) :  ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଛି । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଅର୍ଚ୍ଚନା ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି । ଇଡି କରିଥିବା ମାମଲାରେ ଜାମିନ ମିଳିଛି । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇଛନ୍ତି ଅର୍ଚ୍ଚନା ।

ସୂଚନାନୁଯାୟୀ , ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିସାରିଥିଲା । ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଅର୍ଚ୍ଚନା ଖୁବଶୀଘ୍ର ଜେଲରୁ ମୁକୁଳିପାରନ୍ତି । ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ମାମଲା ତାଙ୍କୁ ଜାମିନ ପ୍ରଦାନ କରିବା ସହ ବାହାରକୁ ନଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମାଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ସରଗରମ ହୋଇଯାଇଥିଲା  ।

Related posts

ମାଲକାନଗିରିରେ ମା’ ନାକଟେଶ୍ୱରୀଙ୍କ ଯାତ୍ରା ଆରମ୍ଭ

mahabharatanews

ଆହୁରି ଖସିବ ତାପମାତ୍ରା

mahabharatanews

ମୁଖ୍ୟମନ୍ତ୍ରୀଙ୍କ ୨୯ଟି ପ୍ରକଳ୍ପ

mahabharatanews