ଓଡିଶା

ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

(ଭୁବନେଶ୍ୱର) : ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାର ଆଜି ହେଉଛ ଅଷ୍ଟମ ଦିନ । ଏହାରି ମଧ୍ୟରେ ଲକ୍ଷାଧିକ ପର୍ଯ୍ୟଟଙ୍କ ମନ ମୋହୁଛି ବାଲିଯାତ୍ରା  । ଜଣ ସମାଗମକୁ ଦୃଷ୍ଟି ରେ ରଖି ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ  ଶ୍ରୀ  ନବୀନ  ପଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି   ଐତିହାସିକ  ବାଲିଯାତ୍ରା  କୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ  ଆବଶ୍ୟକ  ପଦକ୍ଷେପ  ନେବା ପାଇଁ ମୁଖ୍ୟମନ୍ତ୍ରୀ  ଜିଲ୍ଲା  ପ୍ରଶାସନ  କୁ ନିର୍ଦ୍ଦେଶ  ଦେଇଛନ୍ତି।

ସୂଚନାନୁଯାୟୀ , ଯାତ୍ରା ଏବେ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି ଓ ଏଥିରେ ବିପୁଳ ଜନ ସମାଗମ ହେଉଛି। କାର୍ତ୍ତିକ ପୂର୍ଣିମା  ରୁ  ଆରମ୍ଭ  ହୋଇଥିବା  ବାଲିଯାତ୍ରା  ଆଜି  ଶେଷ  ହେବାର  ଥିଲା ।  ଏହି ଖବର ପରେ ରାଜ୍ୟରେ ଖୁସିର ମହାଅଲ ଖେଳିଯାଇଛି ।

Related posts

ବଲାଙ୍ଗିରରୁ ଭୁବନେଶ୍ୱର ଆସିବା ବାଟରେ ଓଲଟିଲା ଯାତ୍ରୀବାହୀ ବସ୍

mahabharatanews

‘ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହେବ ପ୍ରସିଦ୍ଧ ଭୀମକୁଣ୍ଡ ‘: 5-ଟି ସଚିବ

mahabharatanews

ହିତାଧିକାରୀଙ୍କୁ ଚୂନ ଲଗାଇଛି ବିଭାଗ

mahabharatanews