ଅପରାଧଓଡିଶା

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

ଭୁବନେଶ୍ୱର : ପୋଲିସ ଜାଲରେ ମାୟାଜାଲ ବୁଣିଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ । ଆଜି ସକାଳ ୮ଟାରେ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘରୁ ଜଗବନ୍ଧୁ ଚାନ୍ଦକୁ ପୋଲିସ ଉଠେଇ ନେଇଥିବା ସୂଚନା ମିଳିଛି । ଅଜ୍ଞାତ ସ୍ଥାନରେ ଜଗବନ୍ଧୁକୁ ପୋଲିସ ଜେରା କରୁଥିବା ଜଣାପଡିଛି। ଅର୍ଚ୍ଚନାଙ୍କ ବ୍ଲାକ୍‌ମେଲିଂ ମାମଲାରେ ଜଗବନ୍ଧୁଙ୍କ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହାସହ ଅର୍ଚ୍ଚନା ବ୍ଲାକମେଲିଂ ଘଟଣାରେ ଜଗବନ୍ଧୁ ମାଷ୍ଟରମାଇଣ୍ଡ୍‌ ବୋଲି କୁହାଯାଉଛି।

ହନିଟ୍ରାପ ,ସେକ୍ସ ସ୍କାଣ୍ଡାଲ୍‌ ଓ ବ୍ଲାକମେଲିଂ ଭଳି ସାଂଘାତିକ କାରନାମା ଘଟାଇ ଅଳ୍ପ କିଛି ବର୍ଷରେ କୋଟି କୋଟିର ଟଙ୍କା ସମ୍ପତ୍ତିର ମାଲିକାଣୀ ହୋଇ ପାରିଥିଲା ଅର୍ଚ୍ଚନା। ସେ ସତ୍ୟବିହାରସ୍ଥିତ ଆଲିଶାନ ବଙ୍ଗଲାରେ ନିଜ ସ୍ୱାମୀଙ୍କ ସହ ରହୁଥିଲା। ତେଣୁ ଜଗବନ୍ଧୁ ପତ୍ନୀଙ୍କ କାରନାମା ବିଷୟରେ ଅଜ୍ଞ ଥିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ଏପରିକି ଅର୍ଚ୍ଚନାଙ୍କ ଘରକୁ କେଉଁ କେଉଁ ହାଇ ପ୍ରୋଫାଇଲ ଲୋକ ଥିଲେ, କେତେ ଟଙ୍କାରେ ଡିଲ୍‌ ଫାଇନାଲ ହେଉଥିଲା ସେସବୁଥିରେ ଜଗବନ୍ଧୁ ସାମିଲ ଥିବା ଅସମ୍ଭବ ନୁହେଁ। ଏହାରିଭିତରେ ଶୁଣିବାକୁ ମିଳୁଛି ଯେ , ଅର୍ଚନା ରୋଜଗାର କରୁଥିବା ଟଙ୍କାକୁ କୁଆଡେ ସ୍ୱାମୀ ଜଗବନ୍ଧୁ ବିଭିନ ବିଜନେସ ପ୍ଲାଟଫର୍ମରେ ନିୟୋଜିତ କରୁଥିଲା | ଏହା ସହ ଏହି କଳା ଟଙ୍କାରେ ଦୁହେଁ ଏକ ହୋଟେଲ ନିର୍ମାଣ କରିବେ ବୋଲି ଜଣ ପଡିଥିଲା | କିନ୍ତୁ ସେହି ସ୍ବପ୍ନ ଦେଖିବା ଭିତରେ ହିଁ ଅର୍ଚାନାଙ୍କୁ ଗିରଫ କରିଥିଲା ପୋଲିସ | ଆଉ ସେହି ଦୁହିଁଙ୍କ ସ୍ବପ୍ନ ସ୍ୱପ୍ନରେ ହିଁ ରହି ଯାଇଥିଲା |

ତେବେ ଅର୍ଚନା ନାଗଙ୍କୁ ଯେତେବେଳେ ଗିରଫ କରାଯାଇଥିଲା ସେତେବେଳେ ସ୍ୱାମୀ ଜଗବନ୍ଧୁକୁ ବି ଗିରଫ କରିଥିଲା ପୋଲିସ | କିନ୍ତୁ ପରେ ଜଗବନ୍ଧୁଙ୍କ ଛାଡି ଦେଇଥିଲା ପୋଲିସ | ଯଦି ପୋଲିସର ଜଗବନ୍ଧୁ ଉପରେ ସନ୍ଦେହ ଥିଲା ତେବେ କାହିଁକି ପୋଲିସ ଛାଡିଦେଇଥିଲା | ପରେ ଜଗବନ୍ଧୁର କୁଆଡେ ଦେହ ଖରାପ ଥିବାରୁ ତାକୁ ପୋଲିସ ଛାଡିଥିବା ଜଣ ପଡିଥିଲା | ତେବେ ସବୁଠୁ ବଡ କଥା ହେଲା ଜଗବନ୍ଧୁର ଦେହ ଏବେ ବି ଖରାପ ଅଛି ଯଦି ସେତେବେ ବେଳେ ତାକୁ ଛାଡି ଦିଆଯାଇଥିଲା ତେବେ ଏବେ ପୁଣି କାହିଁକି ହଠାତ ଜଗବନ୍ଧୁଙ୍କ ଉଠାଇ ନେଲା ପୋଲିସ | କାହା ଚାପରେ ରହି ପୋଲିସ ଏଭଳି କରୁ ନଥିଲା ତ |

ସେପଟେ ଅର୍ଚ୍ଚନାଙ୍କ ନାଗଫାଶରେ ମାଳ ମାଳ ନେତା । ଅଫିସର, ଠିକାଦାରଙ୍କଠୁ ବ୍ୟବସାୟୀ । ମାୟା ଜାଲରେ ଫଶିଛନ୍ତି ଆଚ୍ଛା ଆଚ୍ଛା ଲୋକ । ପ୍ରଥମେ ହନିଟ୍ରାପ୍, ଆଉ ପରେ ବ୍ଲାକମେଲିଂର କଳାଧନ୍ଦାରେ ଛନ୍ଦି ହୋଇ ଟଙ୍କା ଗଣିଛନ୍ତି । ପ୍ରାୟ ୫ବର୍ଷ ଧରି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାର ଏହି କଳା ସାମ୍ରାଜ୍ୟ ଚାଲି ଥିବାବେଳେ କେମିତି ଟେର୍ ପାଇଲାନି ପୋଲିସ ? ହାଇପ୍ରୋଫାଇଲ୍ ଲୋକଙ୍କ ଯାଆସ ଥିଲେ ବି କେମିତି ଜାଣିପାରିଲାନି ଗୁଇନ୍ଦା ବିଭାଗ ? ଯାହାକୁ ନେଇ ଲାଗି ରହିଛି ପ୍ରଶ୍ନ ।

ଏହି ମାମଲାରେ ପୁଲିସ୍‌ ନିଷ୍କ୍ରିୟତାକୁ ନେଇ ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ଏବେ ଚଳଚଞ୍ଚଳ ହୋଇ ଉଠିଛି। ଦୀର୍ଘ ଦିନ ହେଲା ଜଗବନ୍ଧୁ ବାହାରେ ଥିବା ବେଳେ ସେ ସାକ୍ଷୀଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ତେବେ ଏବେ ତାଙ୍କୁ ପୁଲିସ୍‌ ଉଠାଇ ନେଇଥିବା ବେଳେ ତାଙ୍କ ନିକଟରୁ ସତ ଉଗାରି ପାରୁଛି ନା ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ ।

Related posts

୧୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା

mahabharatanews

ପୁଣି ଚର୍ଚ୍ଚାରେ ପୋଲିସ ଏସ୍ ଆଇ ଶୁଭଶ୍ରୀ ନାୟକ

mahabharatanews

ବ୍ଲକସ୍ତରରେ ବଳରାମ ଯୋଜନାର ପ୍ରସ୍ତୁତି ବୈଠକ

mahabharatanews