ଓଡିଶା

ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମନେ ପଡନ୍ତି ଅରିନ୍ଦମ

ଭୁବନେଶ୍ୱର: ସାମ୍ବାଦିକ ଜଗତର ଜଣାଶୁଣା ଯୁବ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାସଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସେ ବହୁତ ମନେ ପଡନ୍ତି। ସୂଚନା ଅନୁସାରେ ଗତ ବର୍ଷ ସେପ୍ଟେମ୍ବର ୨୪ ତାରିଖରେ କଟକର ମୁଣ୍ଡୁଳି ବ୍ୟାରେଜରେ ଓଡ୍ରାଫ ଟିମର ବୋର୍ଟ ବୁଢିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା। କଟକର ମୁଣ୍ଡୁଳି ବ୍ୟାରଜରେ ଏକ ହାତୀ ଫସିଯାଇଥିଲା। ସମ୍ପୃକ୍ତ ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫର ଏକ ଟିମ୍ ମହାନଦୀ ମଧ୍ୟକୁ ଯାଇଥିଲେ । ସେଥିରେ ଅରିନ୍ଦମ ଓ ତାଙ୍କ ସାଥୀ କ୍ୟାମରାମ୍ୟାନ ପ୍ରଭାତ ସିହ୍ନା ମଧ୍ୟ ଯାଇଥିଲେ। ତେବେ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମର ବୋର୍ଟଟି ନଦୀର ପ୍ରଖର ସ୍ରୋତରେ ଓଲଟି ପଡିଥିଲା। ଫଳରେ ପାଣିରେ ବୁଡିଯାଇ ଅରନ୍ଦିମଙ୍କ ସହିତ ଓଡ୍ରାଫ ଟିମର ଜଣେ ସଦସ୍ୟ ସୀତାରାମ ମୁର୍ମୁଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ସେତେବେଳେ ରାଜ୍ୟରେ ଏକ ଶୋକର ବାତାବରଣ ସୃଷ୍ଟି ହୋଇଥିଲା। ସୂଚନା ଅନୁସାରେ ଅରିନ୍ଦମଙ୍କ ଘର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମରେ। ସେ ସ୍ଥାନୀୟ କଲେଜରୁ ଗ୍ରାଜୁଏସନ କରି ସାରିବା ପରେ ଭାରତୀୟ ଜନ ସଂଚାର ସଂସ୍ଥାନ ଢେଙ୍କାନାଳରୁ ସାମ୍ବାଦିକତାରେ ଡିଗ୍ରୀ ହାସଲ କରିସାରିବା ପରେ ପ୍ରଥମେ ଏକ ଦୈନିକ ଓଡିଆ ଖବରକାଗଜରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିସାରିବା ପରେ ଶେଷରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ଚିଫ ରିପୋର୍ଟର ଭାବେ କାର୍ଯ୍ୟକରୁଥିଲେ।

Related posts

କୃଷି ଋଣ ଠକେଇ: ୫୦ରୁ ଉର୍ଦ୍ଧ୍ୱ ଅ।ଦିବାସୀ ରାଇରଙ୍ଗପୁର ଟାଉନଥାନା ଦ୍ୱାରସ୍ଥ

mahabharatanews

୧ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ

mahabharatanews

ରାଜ୍ୟରେ ୪୨୪୧ ନୁଆ କରୋନା ପଜିଟିଭ ଚିହ୍ନଟ

mahabharatanews