ଓଡିଶା

୧ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ

(ଟୁକୁନା ଖରା/ମହାଭାରତ)ନବରଙ୍ଗପୁର: ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଗଂଜେଇ ବୋଝେଇ ଟ୍ରାକ୍ଟର ଜବତ।ମାଲକାନଗିରି ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲାକୁ ଏକ ଟ୍ରାକ୍ଟର ରେ ଅଭିନବ ଉପାୟରେ ୧ କୁଇଣ୍ଟାଲ ୨୦ କିଲୋ ଗଂଜେଇ ଚାଲାଣ କରାଯାଉଥିବା ସମୟରେ ନବରଙ୍ଗପୁର ଅବକାରୀ ବିଭାଗ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ନବରଙ୍ଗପୁର ଇନ୍ଦ୍ରାବତୀ ବ୍ରିଜ ନିକଟରେ ଉକ୍ତ ଗଂଜେଇ ଚାଲାଣ ଟ୍ରାକ୍ଟର କୁ ଧରିଥିଲେ।ଏହାପରେ ଟ୍ରାକ୍ଟଟର ତଲାସୀ କରିବା ପରେ ଜଣା ପଡିଥିଲା ଯେ ଟ୍ରାକ୍ଟର ଟ୍ରଲି ତଳେ ଏକ ସିକ୍ରେଟ ଚାମ୍ବରରେ ୨୪ ପକେଟ ଗଂଜେଇ ଥିଲା, ପ୍ରତି ପ୍ୟାକେଟ ରେ ପାଞ୍ଚ କିଲୋ ଓଜନ ର ଗଞ୍ଜେଇ ରହିଥିଲା । ଯାହା ୧ କୁଇଣ୍ଟାଲ ୨୦ କିଲୋ ଗଂଜେଇ ରହିଥିଲା । ମାମଲାରେ ଟ୍ରାକ୍ଟର ଡ୍ରାଇଭର ସହ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ କଳାହାଣ୍ଡି ଆମପାଣି କୁ ଟ୍ରାକ୍ଟର ରେ ଯାଉଥିଲା। ଆମପାଣି ର ଏକ ବ୍ୟକ୍ତି ଏହି ଗଞ୍ଜେଇ କୁ ତା ଗାଡ଼ିରେ ନେବାର କାର୍ୟ୍ୟକ୍ରମ ଥିଲା । ତେବେ ଆମପାଣିର କେଉଁ ବ୍ୟକ୍ତି ଏହି ଗଞ୍ଜେଇ ନେବାର ଥିଲା ସେ ବିଷୟରେ ଏହି ଗିରଫ ବ୍ୟକ୍ତି ମାନେ ସ୍ପଷ୍ଟ ସୂଚନା ଦେଇପାରୁନଥିବା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏହି ଗାଡ଼ି ମାଲିକ ମାଲକାନଗିରି ଜିଲ୍ଲା ବଡ଼ପଡା ର ଚୈତନ ହରିଜନ ପୂର୍ବରୁ ଗାଡ଼ିରେ ଗଞ୍ଜେଇ ବୋଝେଇ କରି ସେମାନଙ୍କୁ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ନିକଟକୁ ନେବାପାଇଁ କହିଥିବା ପ୍ରକାଶ କରିଛନ୍ତି । ଜବତ ଗଂଜେଇର ଆନୁମାନିକ ବଜାର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ଅଧିକ୍ଷକ କହିଛନ୍ତି।

Related posts

ସାମାଜିକ ସୁରକ୍ଷାରେ ଭତ୍ତା ଯୋଜନା ନାହିଁ

mahabharatanews

ସରକାରଙ୍କ ୨ ବର୍ଷ ପୂର୍ତ୍ତି ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

mahabharatanews

ଚାନ୍ଦବାଲି ପରେ ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର କ୍ରାଇମ ସିନ୍ ରିକ୍ରିଏସନ

mahabharatanews