ଭାରତ

ମୋହନ କୁମାର ପରିଡା ଗିରଫ

(ଭୁବନେଶ୍ୱର) : ମୋହନ କୁମାର ପରିଡାଙ୍କୁ ଗିରଫ । ମୋହନ way to aad India pvt. Ltd କମ୍ପାନୀର ମାଲିକଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି କମ୍ପାନୀ ୨୦୨୦ ରୁ ୨୦୨୩ମଧ୍ୟରେ ୨ଟି ସ୍କିମ୍ ମାଧ୍ୟମରେ ୨୬ପ୍ରତିଶତ ମାସକୁ ଟଙ୍କା ଦେବାକୁ କହି ଲୋକଙ୍କ ଠାରୁ ଟଙ୍କା ନେଇଥିଲେ । ଯାହାକି ଜମାକାରୀ ୩ମାସରେ ଜମା ଟଙ୍କାର ଦୁଇଗୁଣା ଟଙ୍କା ପାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ ।
ସୂଚନାନୁଯାୟୀ , ଏପରିକି ପ୍ରଥମେ ପ୍ରଥମେ କିଛି ଜମାକାରୀ ଏହି କମ୍ପାନୀ ଠାରୁ ଟଙ୍କା ପାଇବା ପରେ ଲୋଭନୀୟ ହୋଇ ଅଧିକରୁ ଅଧିକ ଟଙ୍କା ଲଗାଣ କରିଥିଲେ । ଏହିପରି ଭାବେ ଓଡ଼ିଶାରୁ ପାଖାପାଖି ୫୦କୋଟି ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ । ଏ ନେଇ କ୍ରାଇମବ୍ରାଞ୍ଚ୍ ର eow ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏ ନେଇ ତଦନ୍ତ କରିବା ପରେ ସମସ୍ତ ପ୍ରମାଣ ଆଧାରରେ ମୋହନ ପରିଡାଙ୍କୁ ଗିରଫ କରାଯାଇଛି ।

Related posts

ଯୋଗୀଙ୍କୁ ଭେଟିଲେ ଅପର୍ଣ୍ଣା ଯାଦବ

mahabharatanews

ଆଇଜିଟି ୯ର ବିଜେତା ହେଲେ ଦିବ୍ୟାଂଶୁ ଓ ମନୁରାଜ

mahabharatanews

୮ରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 

mahabharatanews