ଓଡିଶା

କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ

କେନ୍ଦୁଝର : କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ ଜାରି ହୋଇଛି। ଜାତୀୟ ଅନୁସୂଚିତ ଜନଜାତି କମିଶନ ପକ୍ଷରୁ ଏହି ଓ୍ବାରେଣ୍ଟ ଅଫ ଆରେଷ୍ଟ ଜାରି କରାଯାଇଛି। ତେବେ ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡିଜିପି ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ।

ଜନଜାତି ଉତ୍ପୀଡନ ସମ୍ପର୍କିତ ବିଭିନ୍ନ ମାମଲାରେ ହାଜର ହେବା ପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନ ଜିଲାପାଳଙ୍କୁ ନୋଟିସ ଦେଇଥିଲେ। ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନଥିବାରୁ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି।

Related posts

ବ୍ୟାଙ୍କ କର୍ମଚାରୀଙ୍କ ଆତ୍ମହତ୍ୟା

mahabharatanews

ଓଡ଼ିଶା-ନାଗାଲାଣ୍ଡ ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶାର ବିଶାଳ ସ୍କୋର

mahabharatanews

ଚଳିତ ବର୍ଷ ରାଜ୍ୟରେ କମ୍ ରହିବ ଗ୍ରୀଷ୍ମର ପ୍ରଭାବ

mahabharatanews